ଦେଶ ବିଦେଶ ମନୋରଞ୍ଜନ

ବର୍ଷାରାଣୀ ଆଲିଶା

ମଡେଲିଂରୁ ଗ୍ଲାମର ଜଗତକୁ ପାଦ ବଢ଼େଇଥିବା ଆଲିଶା ବ୍ରହ୍ମା ଏହା ଭିତରେ କିଛି ସିନେମା ଓ ଆଲବମ୍ ଗୀତଦୃଶ୍ୟର ନାୟିକା ସାଜିଛନ୍ତି। ଚଳଚ୍ଚିତ୍ର ‘ଲାଗେ ମୋତେ କେମିତି କେମିତି’ରେ ଆଲିଶା ଦୁଷ୍ମନ୍ତଙ୍କ ବିପକ୍ଷର ନାୟିକା ସାଜିଥିଲେ। ଏହା ବ୍ୟତୀତ ‘ବର୍ଷାରାଣୀ’, ‘ଯୋଗୀ ଆଜି ତୋ ପ୍ରେମରେ’ ଆଦି ଆଲବମ୍ ଗୀତରେ ସେ ନାୟିକା ସାଜିଛନ୍ତି। ‘ବର୍ଷାରାଣୀ’ ଗୀତଦୃଶ୍ୟ ଦେଖିବା ପରେ ଆଲିଶା ସିନେ ନିର୍ଦ୍ଦେଶକଙ୍କ ନଜରକୁ ଆସିଥିଲେ।

ବାଲେଶ୍ବରର ରଘୁନାଥ ବ୍ରହ୍ମା ଓ ବୈଜୟନ୍ତୀ ବ୍ରହ୍ମାଙ୍କ ଝିଅ ଆଲିଶା ଏବେ ବଡ଼ ଓ ଛୋଟ ପରଦାରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟିଆକର୍ଷଣ କରୁଛନ୍ତି। ନିକଟରେ ତାଙ୍କୁ ଆଉ କିଛି ଅଫର୍ ମିଳିଛି ମାତ୍ର ନୂଆ ଚଳଚ୍ଚିତ୍ରଗୁଡ଼ିକର ଟାଇଟଲ୍ ଘୋଷଣା କରାଯାଇନାହିଁ। ମଡେଲିଂ ଓ ଅଭିନୟ ସହିତ ଆଲିଶା ମଧ୍ୟ ପାଠପଢ଼ାରୁ ବିରତି ନେଇନାହାଁନ୍ତି। ସେ ଏବେ ଫକୀରମୋହନ ବିଶ୍ବବିଦ୍ୟାଳୟରେ ବି.ସି.ଏ କରୁଛନ୍ତି। ଅଭିନୟର ନିଶା ଥିଲେ ମଧ୍ୟ ଆଲିଶା ଭାରି ଚୁଜି। ସିନେମାରେ କାହାଣୀ ଓ କଳାକାରଙ୍କ ସମ୍ପର୍କରେ ଭଲକରି ଜାଣିବା ପରେ ସେ ଅଭିନୟ କରିବାକୁ ପାଦ ବଢ଼ାନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ