ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ମାମଲା: ମେ ୧୩ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି

କଟକ: ପୁରୀଘାଟ ଥାନାରେ ୨୦୨୦ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ତରଫରୁ ଦାଖଲ ଏତଲା ଆଧାରରେ ପଞ୍ଜୀକୃତ ମାମଲା ରଦ୍ଦ କରିବାକୁ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଦାୟର କରିଥିବା ଆବେଦନର ପରବର୍ତ୍ତୀ ଶୁଣାଣି ମେ ୧୩ରେ ହାଇକୋର୍ଟରେ ହେବ। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ୨୦୨୦ ଡିସେମ୍ବର ୧୯ରେ ବର୍ଷାଙ୍କ ଏତଲା ଆଧାରରେ ଆଇପିସିର ଦଫା ୪୯୮-କ, ୩୪୧, ୫୦୬ ଓ ୩୪ରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ବିରୋଧରେ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ରଦ୍ଦ କରିବାକୁ ଅନୁଭବ ଗତ ବର୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ରାଜ୍ୟ ସରକାର ଓ ବର୍ଷାଙ୍କୁ ପକ୍ଷଭୁକ୍ତ କରାଯାଇଛି।

ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଥିବା ବେଳେ ୨୦୨୩ ସେପ୍ଟେମ୍ବର ୨୨ରେ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିଲେ। ଏହାପରେ ପରିବାର ଅଦାଲତ ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୩ ଡିସେମ୍ବର ୨୩ରେ ହାଇକୋର୍ଟ ଅନୁଭବଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଛାଡ଼ପତ୍ର ମଞ୍ଜୁର କରିଥିଲେ। ପରବର୍ତ୍ତୀ ସମୟରେ ପୁରୀଘାଟ ଥାନା ମାମଲାକୁ ରଦ୍ଦ ପାଇଁ ଦାୟର କରିଥିବା ଆବେଦନରେ କେତେକ ସଂ‌େଶାଧନ ଆବଶ୍ୟକ ବୋଲି ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା। ଏହି ମାମଲା ବିଚାରାଧୀନ ଥିବା ବେଳେ ପରିବର୍ତ୍ତିତ ପରିସ୍ଥିତି ସଂକ୍ରାନ୍ତରେ ତଥ୍ୟ ସମ୍ବଳିତ ଅନ୍ତରୀଣ ଆବେଦନ ଅନୁଭବଙ୍କ ତରଫରୁ ଦାଖଲ କରାଯାଇଛି। ମୂଳ ଆବେଦନ ସହିତ ଅନ୍ତରୀଣ ଆବେଦନର ମେ ୧୩ରେ ଶୁଣାଣି ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।