ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ, କହିଲେ କିଛି ଏମିତି…

ଭୁବନେଶ୍ୱର: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ କୋର୍ଟରେ ଚାଲିଛି । ଉଭୟ ଉଭୟଙ୍କ ଉପରେ ଅଭିମାନ କରିଛନ୍ତି । କିଏ କାହା ସହ ଭେଟିବା ତ ଦୂରର କଥା କଥା ମଧ୍ୟ ହେଉନାହାଁନ୍ତି । ଶୁକ୍ରବାର ବର୍ଷା ପ୍ରିୟଦର୍ଶନୀଙ୍କ ଜନ୍ମ ଦିନ ଥିଲା । ବର୍ଷାଙ୍କୁ ଆଜି ଜନ୍ମଦିନର ଶୁଭେଚ୍ଛା ଜଣାଇ ଟ୍ୱିଟ୍ କରିଛନ୍ତି ଅନୁଭବ ।


ଟ୍ୱିଟ୍ କରି ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବ ଲେଖିଛନ୍ତି- ‘ବର୍ଷା… ଆମେ ଦୁହେଁ ଭଲ ସ୍ୱାମୀ ଓ ସ୍ତ୍ରୀ ନହେଲେ କଣ ହେଲା । ଆମେ ସବୁବେଳେ ଭଲ ସାଙ୍ଗ ହୋଇ ରହି ପାରିବା । ମୁଁ ମୋ ପରିବାର, ଫ୍ୟାନ, ଶୁଭେଚ୍ଛୁଙ୍କ ପକ୍ଷରୁ ତୁମକୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି ।’ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ଉତ୍ତମ ସ୍ୱାସ୍ଥ୍ୟ ସବୁବେଳେ ଖୁସିର ରଖି ସଫଳତା ଦିଅନ୍ତୁ ବୋଲି ଲେଖିଛନ୍ତି ଅନୁଭବ ।

ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବର୍ଷାଧିକ ସମୟ ହେଲା ବିବାଦ କୋର୍ଟରେ ଚାଲିଛି । କଟକ ପରିବାର ଅଦାଲତରେ ଉଭୟଙ୍କ କାଉନସେଲିଂ ଚାଲିଥିବା ବେଳେ ଦିନ ଗଡ଼ି ଗଡ଼ି ଚାଲିଛି । ଅନ୍ୟପଟେ ଫ୍ୟାନ୍ ଅନାଇ ବସିଛନ୍ତି ପୁଣି କେବେ ଏକାଠି ହେବ ଓଲିଉଡର ଏହି ହିଟ୍ ଯୋଡ଼ି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ