ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଅଭିଯୋଗ ଘଟଣା: ଫେସବୁକ୍‌କୁ ଚିଠି ଲେଖି ତଥ୍ୟ ମାଗିଲା ସାଇବର ଥାନା ପୋଲିସ

କଟକ ୦୩/୦୬: ସୋସିଆଲ ମିଡିଆରେ ଅଭିନେତ୍ରୀ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ଅଭିଯୋଗ ଘଟଣାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ । ଅନୁଭବ ମହାନ୍ତି ରିଅଲ ହିରୋ ଅଫ୍ କେନ୍ଦ୍ରାପଡା ନାମ ଏକ ଫେସବୁକ ଆକାଉଣ୍ଟରୁ ବର୍ଷାଙ୍କ ବିରୋଧରେ ବିଭିନ୍ନ ଅସମ୍ମାନ ଜନକ ଟିପ୍ପଣୀ ଦିଆଯାଉଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ ବର୍ଷା ।

ଏହି ଫେସବୁକ ଆକାଉଣ୍ଟଟି କେଉଁଠାରୁ ଆଉ କିଏ ଏହାକୁ ଅପରେଟ କରୁଛି ସେ ନେଇ ତଥ୍ୟ ମାଗିଛି କଟକ ସାଇବର ଥାନା ପୋଲିସ । ଗତ ୨୫ ତାରିଖ ଏ ନେଇ ବର୍ଷା ସାଇବର ଥାନାରେ କରିଥିଲେ ଅଭିଯୋଗ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛବି ଖରାପ ପାଇଁ ସୋସିଆଲ ମିଡିଆରେ କରାଯାଇଥିବା ପୋଷ୍ଟ ବିରୋଧରେ ସାଇବର ଥାନାରେ ଦିଆଯାଇଥିଲା ଏତଲା ।

କଟକ ସାଇବର ଥାନାରେ ଏତଲା ଦେଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତାଙ୍କ ଛବି ଖରାପ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପେଜ ଓ ଆଇଡିରୁ ସୋସିଆଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ପୋଷ୍ଟ କରଯାଇଥିଲା । ଏ ନେଇ ସାଇବର ଥାନାରେ IPC ର ଧାରା ୫୦୯ ଓ IT ଆକ୍ଟ ୬୭ ରେ ମାମଲା ରୁଜୁ କରାଯାଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ