କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ବର୍ଷର ଶେଷ ଦିନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ଶହଶହ ଶ୍ରଦ୍ଧାଳୁ, ନୂଆ ବର୍ଷର ପ୍ରଥମ ଦୁଇ ଦିନ ଦର୍ଶନ ବନ୍ଦ, ଲାଗିଛି କିନ୍ତୁ ବେଳାଭୂମିରେ ଗହଳି

ପୁରୀ, ୩୧।୧୨: ଶ୍ରୀମନ୍ଦିରରେ ୱାର୍ଡୱାରୀ ଦର୍ଶନର ଶେଷ ଦିନରେ ଗୁରୁବାର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ପୁରୀ ବାସିନ୍ଦାଙ୍କ ସମେତ ସହରରେ ରହୁଥିବା ଭଡ଼ାଟିଆ, ସରକାରୀ କର୍ମଚାରୀ ଶୃଙ୍ଖଳିତ ଦର୍ଶନ କରିଛନ୍ତି। ଆସନ୍ତାକାଲି ଜାନୁଆରୀ ପହିଲା ଏବଂ ୨ ତାରିଖରେ ଦର୍ଶନ ବନ୍ଦ ରହିବ। ତେବେ ଶ୍ରୀମନ୍ଦିର ବାହାରୁ ପତିତପାବନଙ୍କ ଦର୍ଶନ କରିହେବ । ଏପଟେ ନୂଆବର୍ଷ ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼କୁ ଲକ୍ଷ୍ୟ ରଖି ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ।

ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିଛି ତେବେ ଗତ ୨୬ରୁ କେବଳ ପୁରୀର ବିଭିନ୍ନ ୱାର୍ଡର ଲୋକ ଦର୍ଶନ କରିଛନ୍ତି । ଆଜି ୱାର୍ଡୱାରୀ ଦର୍ଶନର ଶେଷଦିନରେ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିଲା । ୩ଟି ୱାର୍ଡ଼ ବାସୀଙ୍କ ସହ ପୁରୀରେ ରହୁଥିବା ଭଡ଼ାଟିଆ, ସରକାରୀ କର୍ମଚାରୀ ଏବଂ କର୍ମଜୀବୀମାନେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ଦୀର୍ଘ ୯ ମାସ ପରେ ଶ୍ରୀଜୀଉଙ୍କ ଦର୍ଶନ ପାଇ ଆତ୍ମ ବିଭୋର ହୋଇଛନ୍ତି ।

ନୂଆବର୍ଷରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖରେ ଜଗା ଦର୍ଶନ ବନ୍ଦ ରହିଛି। କେବଳ ସିଂହଦ୍ବାର ସମ୍ମୁଖରୁ ପତିତପାବନଙ୍କ ଦର୍ଶନ କରିହେବ । ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଛି । ନୂଆବର୍ଷ ପାଇଁ ସମୁଦ୍ର ବେଳାଭୂମିରେ ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ପୁରୀ ଏସପି କହିଛନ୍ତି। ରାଜ୍ୟ ସରକାର ଗୁରୁବାର ରାତି ୧୦ ଟାରୁ ଭୋର ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ୧୪୪ ଜାରି କରିଛି।

ଆସନ୍ତା ୩ତାରିଖରୁ ସମସ୍ତେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ । ତେବେ ପୁରୀ ସହର ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଜରୁରୀ । ଏହାସହ ଦର୍ଶନ ସମୟରେ ସମସ୍ତେ କୋଭିଡ ଗାଇଡଲାଇନ୍ ପାଳନ କରିବେ । ନୂଆବର୍ଷରେ ଜଗା ଆଖିରେ ଆଖି ମିଶାଇ ଦର୍ଶନ କରିବାକୁ ଚାହିଁ ବସିଛନ୍ତି ସବୁ ଜଗନ୍ନାଥପ୍ରେମୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ