ଖେଳ ଦେଶ ବିଦେଶ

ବର୍ଷକୁ ଦୁଇ ଥର ଆଇପିଏଲ, ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୯୪ ମ୍ୟାଚ୍ – ଆକାଶ ଚୋପ୍ରା

ନୂଆଦିଲ୍ଲୀ ୦୬/୦୬: ସରିଛି ଆଇପିଏଲ ୨୦୨୨ । କିଛି ଦିନ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ୍ ଖେଳିବ । ଏହାମଧ୍ୟରେ ଆଇପିଏଲକୁ ନେଇ ଅନେକ ଆଲୋଚନା ଜାରି ରହିଛି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ବର୍ଷକୁ ଦୁଇ ଥର ଆଇପିଏଲ ହେବାନେଇ କହିଛନ୍ତି । ଆଗାମୀ ଦିନରେ ଏହା ନିଶ୍ଚୟ ସମ୍ଭବ ହେବ ବୋଲି ସେ କହିଛନ୍ତି ।

ଆକାଶ ଚୋପ୍ରା ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ଆଇପିଏଲରେ ଗତ କିଛିଦିନ ହେଲା ଅନେକ କିଛି ପରିବର୍ତ୍ତନ ଘଟିଛି । ଯେଉଁଥିରୁ ଆଗାମୀ ଦିନରେ ବର୍ଷକୁ ଦୁଇ ଥର ଆଇପିଏଲ ହୋଇପାରେ ବୋଲି ସଙ୍କେତ ମିଳୁଛି । ତେବେ ହଠାତ ଏହା ହେବନି । ଏଥିପାଇଁ ୫ ବର୍ଷ ଲାଗିପାରେ । କିନ୍ତୁ ଏହା ନିଶ୍ଚୟ ହେବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏବେ ଆଇପିଏଲରେ ୧୦ଟି ଟିମ୍ ଅଛନ୍ତି । ଫଳରେ ଆପେଆପେ ମ୍ୟାଚ୍ ସଂଖ୍ୟା ବଢିଯିବ । ଆଗାମୀ ଦିନରେ ଏକ ବଡ ଆଇପିଏଲର ଆୟୋଜନ ହେବ । ଯେଉଁଥିରେ ୯୪ ମ୍ୟାଚ୍ ଖେଳାଯିବ । ସେହିପରି ଆଉ ଏକ ଛୋଟ ଟୁର୍ଣ୍ଣାମେଣ୍ଟ ଖେଳାଯିବ ଯେଉଁଥିରେ କମ୍ ମ୍ୟାଚ୍ ଖେଳାଯିବ ଓ ତାହା ଗୋଟିଏ ମାସରେ ସରିଯିବ ।

ସୂଚନାଯୋଗ୍ୟ, ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ବୟାନ ପରେ ଆଇପିଏଲକୁ ନେଇ ଚର୍ଚ୍ଚା ବଢିଥିଲା । ସେ ଆଗାମୀ ଦିନରେ ବଡ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ ବୋଲି କହିଥିଲେ । ତେବେ ଏହା ଏବେନୁହେଁ ପରେ ସମ୍ଭବପର ବୋଲି ସେ କହିଛନ୍ତି ।

କମିଯିବ ଅନ୍ତର୍ଜାତୀୟ ମ୍ୟାଚ୍

ଆଇପିଏଲ ମ୍ୟାଚ୍ ବଢିବା କାରଣରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ସଂଖ୍ୟା କମିବାରେ ଲାଗିଛି । ଛୋଟ ଛୋଟ ଦେଶ କମ୍ ମ୍ୟାଚ୍ ଆଗକୁ ଖେଳିପାରନ୍ତି । ଏହାଦ୍ୱାରା ଆଇସିସିର ମଧ୍ୟ କ୍ଷତି ହେବ ବୋଲି ବୋର୍ଡ ମୁଖ୍ୟ ଏକ ବୟାନ ଜାରି କରି କହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ