ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ

ବରୁଣ ଓ ନତାଶା ଏବେ ପତିପତ୍ନୀ, ବିବାହ ଭୋଜି ଜାନୁଆରି ୨୬ରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଆଲିବାଗ୍‌ରେ ରବିବାର ଦିନ ଅଳ୍ପ କେତେଜଣ ଅତିଥିଙ୍କ ଉପସ୍ଥିତିରେ ବଲିଉଡ୍‌ ଅଭିନେତା ବରୁଣ ଧାଓ୍ଵନ ବାନ୍ଧବୀ ଫେସନ୍‌ ଡିଜାଇନର୍‌ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି।

ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‍ ହୋଇଥିବା ନବଦମ୍ପତିଙ୍କ ବିବାହ ସମୟର ପ୍ରଥମ ଫଟୋର ପରିଚୟୋକ୍ତିରେ ବରୁଣ ଲେଖିଛନ୍ତି, ଦୀର୍ଘ ଦିନର ପ୍ରେମ କେବଳ ସାମାଜିକ ସ୍ୱୀକୃତି ପାଇଲା।

ଗତକାଲି ଆଲିବାଗ୍‌ସ୍ଥିତ ‘ଦି ମାନ୍‌ସନ୍‌ ହାଉସ୍‌’ ବାହାରେ ବିବାହ କରାଇବାକୁ ଯାଇଥିବା ପୁରୋହିତମାନଙ୍କର ମଧ୍ୟ ଫଟୋ ଉତ୍ତୋଳନ କରାଯାଇଥିଲା। ପରିବାରର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବରୁଣ ଓ ନତାଶା ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କରଣ ଜୋହର, ମନୀଷ ମାଲହୋତ୍ରା, ଜୋଆ ମୋରାନି ଏବଂ କୁନାଲ କୋହଲିଙ୍କ ଭଳି ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିବା ଜଣାପଡ଼ିଛି।

ବିବାହ ପୂର୍ବରୁ ବରୁଣ ତାଙ୍କ ବନ୍ଧୁମାନଙ୍କ ସହ ‘ବ୍ୟାଚ୍‌ଲର୍‌ ପାର୍ଟି’ରେ ଯୋଗ ଦେଇଥିବା କଥା ବିଭିନ୍ନ ଫଟୋରେ ଦେଖାଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଆଲିବାଗ୍‌ରେ ତାଙ୍କ ବନ୍ଧୁମାନେ ଆୟୋଜନ କରିଥିବା ‘ବ୍ୟାଚ୍‌ଲର୍‌ ପାର୍ଟି’କୁ ଯିବା ବାଟରେ ବରୁଣଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ, ଦୁର୍ଘଟଣାଟି ସାମାନ୍ୟ ଥିବାରୁ ସେଥିରେ କେହି ଆହତ ହୋଇ ନ ଥିଲେ।

ବରୁଣ ଓ ନତାଶାଙ୍କ ବିବାହ ଭୋଜି ଜାନୁଆରି ୨୬ ତାରିଖରେ ଆୟୋଜନ କରାଯିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା