ନୂଆଦିଲ୍ଲୀ: ପିଲଭିତ୍ ସାଂସଦ ତଥା ବିଜେପି ନେତା ବରୁଣ ଗାନ୍ଧୀ ଚଳିତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ଆଉ ନଜର ଆସିବେ ନାହିଁ। ବିଜେପି ହାଇକମାଣ୍ଡ ଏହି ଲୋକସଭା ଆସନରୁ ବରୁଣଙ୍କ ଟିକେଟ କଟା ଯାଇଛି। ବରୁଣଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି। ବରୁଣ ପିଲଭିତ୍ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ଏହା ତାଙ୍କ ସୋସିଆଲ ମିଡ଼ିଆ ହାଣ୍ଡେଲ ଏକ୍ସରେ ଶେୟାର କରାଯାଇଛି।
ବରୁଣ ଲେଖିଛନ୍ତି ହୁଏତ ସାଂସଦ ଭାବେ ପିଲଭିତ୍ ସହିତ ମୋର ସମ୍ପର୍କ ଶେଷ ହୋଇଛି କିନ୍ତୁ ପରିବାର ଭାବେ ପିଲଭିତ୍ ସହିତ ମୋ ସମ୍ପର୍କ ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରହିବ। ପିଲଭିତ୍ର ଜନସାଧାରଣଙ୍କ ସହିତ ମୋର ଅଗଣିତ ସ୍ମୃତି ରହିଛି। ମୁଁ ୩ ବର୍ଷର ଛୋଟ ଶିଶୁ ସମୟରୁ ମୋର ସ୍ମୃତି ମୋ ଆଖି ଆଗରେ ନାଚି ଯାଉଛି। ମୁଁ ସେତେବେଳେ କେବେ ମଧ୍ୟ କଳ୍ପନା କରି ନ ଥିଲି ଯେ ଏହି ମାଟି ମା’ ମୋର କର୍ମଭୂମି ପାଲଟି ଯିବ ଏବଂ ଏଠାକାର ଜନସାଧାରଣ ମୋ ପରିବାର ସଦସ୍ୟ ହୋଇଯିବେ। ମୁଁ ଅତ୍ୟନ୍ତ ଭାଗ୍ୟଶାଳୀ ଯେ ପିଲଭିତ୍ରେ ମତେ ବହୂ ବର୍ଷ ଧରି ଲୋକଙ୍କର ସେବା କରିବାର ଅବସର ମିଳିଥିଲା।
https://platform.twitter.com/embed/Tweet.html?dnt=true&embedId=twitter-widget-0&features=eyJ0ZndfdGltZWxpbmVfbGlzdCI6eyJidWNrZXQiOltdLCJ2ZXJzaW9uIjpudWxsfSwidGZ3X2ZvbGxvd2VyX2NvdW50X3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9iYWNrZW5kIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19yZWZzcmNfc2Vzc2lvbiI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfZm9zbnJfc29mdF9pbnRlcnZlbnRpb25zX2VuYWJsZWQiOnsiYnVja2V0Ijoib24iLCJ2ZXJzaW9uIjpudWxsfSwidGZ3X21peGVkX21lZGlhXzE1ODk3Ijp7ImJ1Y2tldCI6InRyZWF0bWVudCIsInZlcnNpb24iOm51bGx9LCJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X3Nob3dfYmlyZHdhdGNoX3Bpdm90c19lbmFibGVkIjp7ImJ1Y2tldCI6Im9uIiwidmVyc2lvbiI6bnVsbH0sInRmd19kdXBsaWNhdGVfc2NyaWJlc190b19zZXR0aW5ncyI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdXNlX3Byb2ZpbGVfaW1hZ2Vfc2hhcGVfZW5hYmxlZCI6eyJidWNrZXQiOiJvbiIsInZlcnNpb24iOm51bGx9LCJ0ZndfdmlkZW9faGxzX2R5bmFtaWNfbWFuaWZlc3RzXzE1MDgyIjp7ImJ1Y2tldCI6InRydWVfYml0cmF0ZSIsInZlcnNpb24iOm51bGx9LCJ0ZndfbGVnYWN5X3RpbWVsaW5lX3N1bnNldCI6eyJidWNrZXQiOnRydWUsInZlcnNpb24iOm51bGx9LCJ0ZndfdHdlZXRfZWRpdF9mcm9udGVuZCI6eyJidWNrZXQiOiJvbiIsInZlcnNpb24iOm51bGx9fQ%3D%3D&frame=false&hideCard=false&hideThread=false&id=1773225202819764449&lang=en&origin=https%3A%2F%2Fsambad.in%2Findia-and-beyond%2Fbaruns-emotional-letter-my-relationship-with-pilvit-will-not-end-till-my-last-breath-1136893%2F&sessionId=e47000db4fc010fc58bfcdd11cc36c3a590d75aa&theme=light&widgetsVersion=2615f7e52b7e0%3A1702314776716&width=550px
ସାଂସଦ ଭାବେ ନ ହେଲେ ମଧ୍ୟ ପିଲଭିତ୍ ମାଟି ମା’ର ପୁଅ ଭାବେ ମୁଁ ଆଜୀବନ ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ପିଲଭିତ୍ ଜନସାଧାରଣଙ୍କ ପାଇଁ ମୋ ଘର ଦ୍ବାର ସବୁବେଳେ ଖୋଲା ରହିବ। ଏଠାକାର ଜନସାଧାରଣଙ୍କ ସହିତ ମୋର ସମ୍ପର୍କ ରାଜନୈତିକ ପରିସୀମାଠାରୁ ଉର୍ଦ୍ଧ୍ବରେ। ଏହି ସମ୍ପର୍କ ହେଉଛି ଭଲ ପାଇବା ଏବଂ ବିଶ୍ବାସର। ମୁଁ ଆପଣଙ୍କର ଥିଲି, ରହିଛି ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ରହିବି ମଧ୍ୟ।