ଖେଳ ଦେଶ ବିଦେଶ ରାଜ୍ୟ

ବରିଷ୍ଠ ମହିଳା ଦିନିକିଆ: ରାମେଶ୍ବରୀଙ୍କୁ ୬ ଵିକେଟ୍‌, ଗୁଜୁରାଟକୁ ହରାଇଲା ଓଡ଼ିଶା

କଟକ, ୨୦।୩ (ଇମିସ): ରାମେଶ୍ବରୀ ନାଏକଙ୍କ ଘାତକ ବୋଲି˚ ଯୋଗୁଁ ସୁରତରେ ଚାଲିଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଶେଷ ଲିଗ୍‌ ମ୍ୟାଚ୍‌କୁ ବି ଜିତିନେଇଛି। ଶନିବାର ଏହି ମ୍ୟାଚ୍‌ରେ ଗୁଜୁରାଟକୁ ୬ ଵିକେଟ୍‌ରେ ପରାସ୍ତ କରିଛି ଓଡ଼ିଶା। ରାମେଶ୍ବରୀ ୨ ମେଡେନ ସହ ୨୬ ରନ୍‌ ବିନିମୟରେ ୬ ଵିକେଟ୍‌ ଅକ୍ତିଆର କରିଥିଲେ। ହ୍ୟାଟ୍ରିକ ଵିକେଟ୍‌ ନେବାର ସୁଯୋଗ ସୃଷ୍ଟି ହୋଇଥିଲେ ବି ଏହା ହାତଛଡ଼ା ହୋଇଯାଇଥିଲା। ଏହି ବିଜୟ ଯୋଗୁଁ ଓଡ଼ିଶା ପ୍ରତିଯୋଗିତାରେ ୫ ମ୍ୟାଚ୍‌ରୁ ୪ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇ ଏଲିଟ୍‌ ଗ୍ରୁପ୍‌ ଏ’ର ଦ୍ବିତୀୟ ସ୍ଥାନରେ ରହିଛି।

ଶନିବାର ଓଡ଼ିଶା ଟସ୍‌ ଜିତି ବୋଲି˚ କରିଥିଲା ବେଳେ ଗୁଜୁରାଟ ପାଳିକୁ ୭୦ ରନ୍‌ରେ ସଫା‌ କରିଦେଇଥିଲା। ଭାବନା ଗୋପଲାନି (୧୪), ରେଣୁକା ଚୌଧୁରୀ (୨), ମୁସ୍କାନ ବସାଭ (୦), ସ୍ତୁତି ଜାନି (୦), ହିରାଲବେନ ସୋଲାଙ୍କି (୦), ପ୍ରଜ୍ଞା (୧)ଙ୍କୁ ରାମେଶ୍ବରୀ ଆଉଟ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଜାତା ମଲ୍ଲିକ ୨, ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୧ ଵିକେଟ୍‌ ଲେଖାଏଁ ନେଇଥିଲେ। ଜବାବରେ ୭୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ମାଧୁରି ମେହେଟ୍ଟା (୧), କାଜଲ ଜେନା (୪), ସରିତା ମେହେର (୧୫), ଅଞ୍ଜଳି ସି˚ହ (୧୫)ଙ୍କ ଵିକେଟ୍‌ ହରାଇଥିଲା। ତେବେ ସୁଶ୍ରୀ ଦିବ୍ୟଦର୍ଶିନୀ ଅପରାଜିତ ୩୪ ରନ୍‌ କରି ଦଳକୁ ଜିତାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ