ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବରମୁଡା ଟ୍ରାଙ୍ଗଲ ଯାତ୍ରା ପାଇଁ ଅଦ୍ଭୁତ ଅଫର ଦେଉଛି କମ୍ପାନୀ, ଅଘଟଣ ଘଟିଲେ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ, ୩୦|୦୫: ବର୍ଷ ବର୍ଷ ଧରି ରହସ୍ୟର ଗନ୍ତାଘର ହୋଇ ରହି ଆସିଛି ବରମୁଡା ଟ୍ରାଙ୍ଗଲ । ଏହି ଅଞ୍ଚଳ ଦେଇ ଯାଉଥିବା ଜାହାଜ କିମ୍ବା ବିମାନର ପତ୍ତା ମିଳେନି । ପୂର୍ବରୁ ଶହ ଶହ ଲୋକ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କର କିଛି ଖୋଜ୍ ଖବର ମିଳିନି । ଏବେ କିନ୍ତୁ ବରମୁଡ଼ା ଟ୍ରାଙ୍ଗଲ ଦେଇ ଯେଉଁ ଜାହାଜ ଯିବ, ତାର ଯଦି କିଛି କ୍ଷତି ହୁଏ , ତେବେ କମ୍ପାନୀ ପକ୍ଷରୁ ଟଙ୍କା ଦିଆଯିବ। ଏକ କମ୍ପାନୀ ଏଭଳି ଅଦ୍ଭୁତ ଅଫର୍ ଲୋକଙ୍କୁ ଦେଇଛି।

ବାସ୍ତବରେ କମ୍ପାନୀ ଦାବି କରିଛି ଯେ ଯଦି ଯାତ୍ରା ସମୟରେ ବରମୁଡ଼ା ଟ୍ରାଙ୍ଗଲରେ ଜାହାଜ ନିଖୋଜ ହୋଇଯାଏ, ତେବେ ଯାତ୍ରୀଙ୍କ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ। କମ୍ପାନୀର ଏହି ଦାବି ଉପରେ ଲୋକମାନେ ଟ୍ୱିଟରରେ ବହୁତ ମଜା ଉଡ଼ାଇଛନ୍ତି। ତେବେ ବରମୁଡ଼ା ଟ୍ରାଙ୍ଗଲରେ ଜାହାଜ ବୁଡ଼ିଯିବା ପରେ ଟଙ୍କା କାହାକୁ ଫେରସ୍ତ କରାଯିବ ବୋଲି ଟ୍ବିଟରରେ ନେଟିଜେନ୍ସ ପ୍ରଶ୍ନ କରିଛନ୍ତି ।

ରିପୋର୍ଟ ଅନୁସାରେ, ଆମେରିକାର ଟ୍ରାଭେଲ ଏଜେନ୍ସି ଦି ଓ୍ବେଷ୍ଟର୍ଣ୍ଣ ମିଷ୍ଟ୍ରୀ କ୍ରୁଜ ଏହାର ୱେବସାଇଟରେ ଏହି ବିଜ୍ଞାପନ ଦେଇଛି। ବରମୁଡ଼ା ଟ୍ରାଙ୍ଗଲରେ ଯଦି କୌଣସି ଜାହାଜ ଭ୍ରମଣ କରି ଆସେ ତେବେ ତାକୁ ପୁରସ୍କାର ମିଳିବା ସହିତ ଯଦି ବୁଡ଼ିଯାଏ, ତେବେ ଜାହାଜର ସମସ୍ତ ଯାତ୍ରୀଙ୍କୁ ୧୦୦% ଟଙ୍କା କ୍ଷତିପୂରଣ ଦିଆଯିବ। ଏହା ସହିତ ଯଦି ଯାତ୍ରୀ ନିଖୋଜ ହୋଇଯାଆନ୍ତି ତେବେ, ତାଙ୍କ ପରିବାର ଲୋକଙ୍କୁ ଟଙ୍କା ପ୍ରଦାନ କରାଯିବ।

ଆସନ୍ତା ବର୍ଷ ବରମୁଡା ଟ୍ରାଙ୍ଗଲ ଯାତ୍ରା

ନ୍ୟୁୟର୍କରୁ ବରମୁଡ଼ା ପର୍ଯ୍ୟନ୍ତ ନରୱେ ପ୍ରିମା ଲାଇନରେ ଆସନ୍ତା ବର୍ଷ ମାର୍ଚ୍ଚରେ ଯାତ୍ରା ହେବ ବୋଲି କୁହାଯାଇଛି। ଏହି ସମୟରେ ବାର୍ତ୍ତାଳାପ, ପ୍ରଶ୍ନ ଏବଂ ଉତ୍ତର ମଧ୍ୟ ରହିବ। ଏହି ଯାତ୍ରା ସମୟରେ ଅତିଥି ବକ୍ତାଙ୍କ ଗହଣରେ ଆମେରିକାର ପ୍ରତିରକ୍ଷା ବିଭାଗରେ କାର୍ଯ୍ୟ କରିଥିବା ନିକ୍ ପୋପ୍ ଏବଂ ଲେଖକ ନିକ ରେଡଫର୍ନଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ନରୱେଜ୍ ପ୍ରିମାଙ୍କ ଯୋଜନାରେ ଏହି ଯାତ୍ରା ଆଟଲାଣ୍ଟିକ୍ ଅଞ୍ଚଳକୁ ଗତି କରିବ, ଅର୍ଥାତ୍‌ ବରମୁଡ଼ା ଟ୍ରାଙ୍ଗେଲ ଦେଇ ଯିବ। ଯେଉଁଠାରେ କି ବର୍ଷ ବର୍ଷ ଧରି ବହୁମାତ୍ରାରେ ଡଙ୍ଗା, ଜାହାଜ ଏବଂ ବିମାନ ନିଖୋଜ ହୋଇଯାଇଛନ୍ତି। ବରମୁଡ଼ା ଟ୍ରାଙ୍ଗେଲ ରେ ଯଦି ଜାହାଜ ପୁଣି ବୁଡ଼ିଯାଏ ବା ନିଖୋଜ ହୋଇଯାଏ, ତେବେ ଏହାର ଟିକେଟ୍ ର ପ୍ରାରମ୍ଭିକ ମୂଲ୍ୟ £ ୧୪୫୦ ଅର୍ଥାତ୍ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଫେରାଇ ଦିଆଯିବ। ଏହା ପାଞ୍ଚ ଦିନ ଏବଂ ୫ରାତିର ଯାତ୍ରା ହେବ। ତେବେ କମ୍ପାନୀର ଏହି ପୋଷ୍ଟକୁ ନେଇ ଟ୍ବିଟରରେ ଲୋକମାନେ ଟ୍ରୋଲ ପରେ ଟ୍ରୋଲ କରି ଚାଲିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ