ରାଜ୍ୟ

ବରପୁତ୍ରଙ୍କ ନାମରେ ଯୋଜନା ନାମକରଣ କ’ଣ ନେମ୍‌ ଚେଞ୍ଜର୍‌ ବଜେଟ୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦରଦାମ ନିୟନ୍ତ୍ରଣ ନକରି ସରକାର ଦୋଷ ଖସାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଆରୋପ ଲଗାଇଥିଲେ। ସେପଟେ ବିଜେଡି ସରକାରର ଅପରାଗତାକୁ ଦାୟୀ କରିଥିଲେ ଶାସକ ଦଳ। ‘ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଆକାଶଛୁଆଁ। ଲୋକେ ହନ୍ତସନ୍ତ। ସରକାର ନୀରବଦ୍ରଷ୍ଟା’ ଶୀର୍ଷକ ବିଷୟବସ୍ତୁ ଉପରେ ମୁଲତବୀ ଆଲୋଚନା ହୋଇଥିଲା। ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଲେ, ରାଜ୍ୟ ସରକାର କହୁଛନ୍ତି ଦରଦାମ ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ। ଯଦି ରାଜ୍ୟ ସରକାରଙ୍କର ଭୂମିକା ନାହିଁ ତ ଆଉ କାହାର ଅଛି? ଲୋକ ଆପଣଙ୍କ ଉପରେ ଭରସା କରି ଶାସନ ଭାର ଦେଇଛନ୍ତି। ଲୋକଙ୍କ ହାତରୁ ଭୋଟ୍ କାଳି ନ ଲିଭୁଣୁ ଟୋଲ୍ ଗେଟ୍ ଦେୟ ବଢ଼ିଗଲା। ସରକାର ସତ ମାନନ୍ତୁ। ଗଣେଶ୍ବର ବେହେରା କହିଥିଲେ, ଦରଦାମ ନିୟନ୍ତ୍ରଣ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ। ଯଦି ଦରଦାମ ବୃଦ୍ଧି ନେଇ ବିରୋଧୀଙ୍କ ଅଭିଯୋଗ ସତ ନୁହେଁ, ତେବେ ଯାଞ୍ଚ୍ ପାଇଁ ମନ୍ତ୍ରୀ ଯାଇଥିଲେ କାହିଁକି? ମନ୍ତ୍ରୀ କହିଲେ ଯେ ଭଣ୍ଡାରରେ ଆଳୁ ମହଜୁଦ୍ ଅଛି। ୩୨ ଟଙ୍କାରୁ ଅଧିକ ଦରରେ କେହି ବିକ୍ରି କରିପାରିବେ ନାହିଁ। କିନ୍ତୁ ଏବେ ୩୨ ଟଙ୍କାରେ ମିଳୁଛି କି? ବ୍ୟୋମକେଶ ରାୟ କହିଲେ, ଦରଦାମ ବୃଦ୍ଧି ଫଳରେ ମଧ୍ୟବିତ୍ତ, ଗରିବ ବେଶୀ ପ୍ରଭାବିତ ହେଉଛନ୍ତି। ଯୋଗାଣ ମନ୍ତ୍ରୀ କହିଥିଲେ ସବୁ ଜିଲ୍ଲାପାଳ ଦରଦାମ ବୃଦ୍ଧି ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବେ। ଜିଲ୍ଲାପାଳମାନେ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହାର ଉତ୍ତର ଦିଅନ୍ତୁ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ସହ ନାହାନ୍ତି। ସରକାରରେ ଆପଣ ଅଛନ୍ତି। କାହାକୁ ଦୋଷ ଦେଇ ଆପଣ ଖସିପାରିବେ ନାହିଁ। କଂଗ୍ରେସ ସଭ୍ୟ ଅଶୋକ ଦାସ କହିଲେ, ମନ୍ତ୍ରୀ ବଜାର ଯାଞ୍ଚ୍ କଲେ, ତାହା ସ୍ବାଗତଯୋଗ୍ୟ। କିନ୍ତୁ ଫଳ କ’ଣ ମିଳିଲା? ମନ୍ତ୍ରୀଙ୍କ କଥାକୁ ବ୍ୟବସାୟୀ ମାନିଲେ କି? ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଫିସର ମାନୁଛନ୍ତି କି? ଶାସକ ଦଳ ସଭ୍ୟ ଅଶ୍ବିନୀ ଷଡ଼ଙ୍ଗୀ ଯୁକ୍ତି ବାଢ଼ିଥିଲେ, ପୂର୍ବ ମୁଖ୍ୟମନ୍ତ୍ରୀ କେବଳ ଚିଠି ଲେଖି ଜାଣନ୍ତି। କିନ୍ତୁ ଏବେର ମୁଖ୍ୟମନ୍ତ୍ରୀ ସିଧା ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ। ଯେଉଁମାନେ ଓଡ଼ିଶାକୁ ୨୪ ବର୍ଷ ଶାସନ କଲେ, ସେମାନେ କେବଳ ଲୁଣ୍ଠନ କରୁଥିଲେ। ଏମାନେ ଏବେ ୪୦ ଦିନର ସରକାରକୁ କ’ଣ ପ୍ରଶ୍ନ କରୁଛନ୍ତି। ଆଜି ଯେଉଁ ସ୍ଥିତି ଉପୁଜିଛି, ସେଥି ପାଇଁ ବିଜେଡି ଦାୟୀ। ଶାସକ ଦଳ ପକ୍ଷରୁ ଅମରେନ୍ଦ୍ର ଦାସ, ଦୁର୍ଗାପ୍ରସନ୍ନ ନାୟକ ଓ ଦୁଷ୍ମନ୍ତ ସ୍ବାଇଁ ଆଲୋଚନାରେ ଭାଗ ନେଇଥିଲେ। ସରକାର ତତ୍ପର ଅଛନ୍ତି। ଯୋଗାଣ ମନ୍ତ୍ରୀ କ୍ଷେତ୍ରକୁ ଯାଇ ଯାଞ୍ଚ୍ କରି ଆବଶ୍ୟକ ନିର୍ଦ୍ଦେଶ ଦେଉଛନ୍ତି ବୋଲି ସେମାନେ କହିଥିଲେ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ଦରଦାମ ଜମା ଚିନ୍ତାଜନକ ଅବସ୍ଥାରେ ନାହିଁ। ଆଳୁ ଦର ସବୁଠି ୩୦ ଟଙ୍କା ଭିତରେ ରହିଛି। ବିରୋଧୀ ଦଳ ନେତା କେଉଁ ଆଧାରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ? ଏମିତି ଚିଠି ଲେଖିଲେ କାମ ହୁଏନି। ବିଜେଡି ଶସ୍ତା ରାଜନୀତି ବନ୍ଦ କରୁ। ୨୪ ବର୍ଷ ହେଲା ଏମାନେ କିଛି କରି ନାହାନ୍ତି। ଆଜି ଯାହା ସମସ୍ୟା ହେଉଛି, ସେମାନଙ୍କ ଯୋଗୁ ହେଉଛି। ମନ୍ତ୍ରୀ ଆହୁରି କହିଥିଲେ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି କେବଳ ଓଡ଼ିଶାରେ ସୀମିତ ନୁହେଁ। ଆନ୍ତର୍ଜାତିକ ବଜାରରେ ଦରଦାମ ପରିସ୍ଥିତି ଏବଂ ଯୋଗାଣ ପେଣ୍ଠଗୁଡ଼ିକରେ ଦର ବୃଦ୍ଧି ଓ ହ୍ରାସର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡ଼ିଥାଏ। ସର୍ବଭାରତୀୟ ହାରାହାରି ଦର ଠାରୁ ଆମ ରାଜ୍ୟରେ ଦର ତୁଳନାତ୍ମକ ଭାବେ କମ୍ ରହିଛି। ରାଜ୍ୟବାସୀ କିପରି ସୁଲଭ ମୂଲ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇପାରିବେ, ସେ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେଡି ସଭ୍ୟମାନେ କକ୍ଷତ୍ୟାଗ କରିଥ‌ି‌ଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।