ଅପରାଧ ରାଜ୍ୟ

ବରପଦା ଇଞ୍ଜିନିୟରିଂ କଲେଜରେ ଥମୁନି ବିବାଦ : ଆନ୍ଦୋଳନରୁ ଓହରିବାକୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିବେଦନ କଲେ ଅନ୍ୟ କର୍ମଚାରୀ

ଭଦ୍ରକ, ୨୨/୦୫: ଭଦ୍ରକ ଜିଲ୍ଲାର ଏକମାତ୍ର ବୈଷୟିକ ଶିକ୍ଷାନୁଷ୍ଠାନ ବରପଦା ଇଂଜିନିୟରିଂ କଲେଜରେ ବିବାଦ । ସାମ୍ବାଦିକ ସମ୍ମିଳନୀ କଲେ କଲେଜ କର୍ମଚାରୀ । ଗୋଟିଏ ପଟେ କଲେଜରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଦରମା ପାଉ ନଥିବା ଅଭିଯୋଗ କରି କଲେଜ ଗେଟ ସମ୍ମୁଖରେ କିଛି ଦିନ ଧରି ଧାରଣାରେ ବସି ରହିଛନ୍ତି । ଅନ୍ୟପଟେ ରବିବାର କଲେଜର ଆଉ କିଛି କର୍ମଚାରୀ ସାମ୍ବାଦିକ ସମ୍ମିଳନୀ କରି କଲେଜକୁ ବନ୍ଦ କରିବା ଲାଗି ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କର୍ମଚାରୀମାନେ କହିଛନ୍ତି ଯେ, ଦରମା ସମସ୍ୟାକୁ ନେଇ ମାମଲା ଉଚ୍ଚ ନ୍ୟାୟାଳୟରେ ଚାଲିଛି । ସେଥିପାଇଁ କୌଣସି କର୍ମଚାରୀମାନେ ଆନ୍ଦୋଳନ ନ କରନ୍ତୁ । କଲେଜରେ ଏବେ ଆଡ଼ମିଶନ ସମୟ । ସେଥିପାଇଁ କଲେଜ ଗେଟ ଆଗରେ ଧାରଣା ଦେଲେ କଲେଜ ବଦନାମ ହେବ । କଲେଜ ବଦନାମ ହେଲେ ପିଲାମାନଙ୍କ ଆଡ଼ମିଶନରେ ବ୍ୟାଘାତ ସୃଷ୍ଟି ହେବ ।ଦରମା ମଧ୍ୟ ମିଳିନପାରେ । ଯେଉଁ ଭାଇମାନେ କଲେଜ ଗେଟ ଆଗରେ ଧାରଣାରେ ବସିଛନ୍ତି ସେମାନେ ଧାରଣାରୁ ଓହରିବା ପାଇଁ ଅନ୍ୟ କର୍ମଚାରୀ ଗୋଷ୍ଠୀ ନିବେଦନ କରିଛନ୍ତି. । ଏହାସହ ଧାରଣାରୁ ଓହରିଲେ କଲେଜରେ ପିଲାମାନେ ଆଡମିଶନ ବଢିବ ଆଉ ସେମାନେ ଦରମା ପାଇପାରିବେ ବୋଲି କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।