ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବରଗଡ଼: ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଛି ଦୋଷ ଲଦାଲଦି। ଏହି ପ୍ରକଳ୍ପ ପାଇଁ ବଜେଟ୍ରେ ଟଙ୍କାଟିଏ ବି ବ୍ୟୟ ବରାଦ ହୋଇନଥିବା ବେଳେ ଆସନ୍ତା ୧୯ରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗସ୍ତକାଳରେ ଉକ୍ତ ପ୍ରକଳ୍ପକୁ ନେଇ ସେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ କିଛି ତଥ୍ୟ ଦେବେ ବୋଲି କୁହାଯାଉଛି। ୨୦୨୧ ଅଗଷ୍ଟରେ ଏହି ପ୍ରକଳ୍ପର ପ୍ରିଇନଭେଷ୍ଟମେଣ୍ଟ କାର୍ଯ୍ୟ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଏକ ପତ୍ରର ଉତ୍ତରରେ ସାଂସଦ ସୁରେଶ ପୂଜାରୀଙ୍କୁ ଜଣାଇଥିଲେ। ଏହା ପରେ ପଦ୍ମପୁର ଉପନିର୍ବାଚନ ସମୟରେ ରାଜ୍ୟ ସରକାର ଜାଗା ଯୋଗାଇ ଦେଲେ ଗୋଟିଏ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନସଭାରେ ଉଦ୍ବୋଧନ ଦେଇ କହିଥିଲେ। ତେବେ ଗତ ବଜେଟ୍ରେ ଏଥିପାଇଁ କୌଣସି ଅର୍ଥ ବ୍ୟବସ୍ଥା ହୋଇ ନ ଥିବାରୁ ପ୍ରକଳ୍ପର ସ୍ଥିତିକୁ ନେଇ ଚର୍ଚ୍ଚା ଜାରି ରହିଛି। ଡିସେମ୍ବର ୨୦୨୧ରେ ଓଡ଼ିଶା ବିଧାନସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଶ୍ନ ସଂଖ୍ୟା ୨୨୯ରେ ୧୪୨ କିଲୋମିଟର ବିଶିଷ୍ଟ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ନିଗମ କାର୍ଯ୍ୟ ଆରମ୍ଭ କରିଛି କି? ଏବଂ ଏହା ବର୍ତ୍ତମାନ କେଉଁ ସ୍ଥିତିରେ ରହିଛି? ବୋଲି ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ତତ୍କାଳୀନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ ଉକ୍ତ ନିଗମ ଯାହାକି କେନ୍ଦ୍ର ଓ ରାଜ୍ୟର ଏକ ଯୁଗ୍ମ ସଂସ୍ଥା, ଏହି ରେଳ ପ୍ରକଳ୍ପକୁ ଚିହ୍ନଟ କରିଛି। ଓଡ଼ିଶା ସରକାର ଏଥି ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଜମିର ମୂଲ୍ୟ ଯୋଗାଇ ଦେବା ସହ ୩ ଶହ କୋଟି ଟଙ୍କାର ଅନୁଦାନ ଦେବେ। ଏ ନେଇ ରେଲୱେ ବୋର୍ଡକୁ ଜଣାଇ ଦିଆଯିବା ସହ ଟ୍ରାଫିକ, ବିତ୍ତୀୟ ଏପ୍ରାଜଲ ରିପୋର୍ଟ ମଧ୍ୟ ରେଲୱେ ବୋର୍ଡକୁ ଦିଆଯାଇଛି ବୋଲି କହିଥିଲେ। ଏହି ପ୍ରକଳ୍ପକୁ ଗ୍ରାଣ୍ଟ ଇନ୍ ପ୍ରିନ୍ସିପୁଲ ସ୍ୱୀକୃତି ମିଳିଥିବା ଉତ୍ତରରେ ଦର୍ଶାଯାଇଥିଲା। ତେବେ ଏତେ ପ୍ରକ୍ରିୟା ହେଲା ପରେ ମଧ୍ୟ ରେଳ ବଜେଟରେ ଏହାର ନାମଗନ୍ଧ ରହିଲା ନାହିଁ କିମ୍ବା ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ନିଗମ ୱେବସାଇଟ୍ରେ ମଧ୍ୟ କୌଣସି ବିଶେଷ ତଥ୍ୟ ନାହିଁ। ଦୀର୍ଘ ଦିନ ଧରି କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟ ବିଜେଡି ସରକାର ମଧ୍ୟରେ ଏହି ପ୍ରକଳ୍ପ ନେଇ ବୟାନବାଜି ଚାଲିଥିଲେ ମଧ୍ୟ ପ୍ରକଳ୍ପର ସ୍ଥିତି ନେଇ କିଛି ସ୍ପଷ୍ଟ ଚିତ୍ର ମିଳୁନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l