ଅପରାଧ ଦେଶ ବିଦେଶ

ବବି କଟାରିଆଙ୍କ ନାମରେ ରୁଜୁ ହେଲା ମାମଲା, ଦୋଷୀ ସାବ୍ୟସ୍ତ ହେଲେ ଭୋଗିପାରନ୍ତି ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଖ୍ୟାତନାମା ବଡିବିଲଡର ବବି କାଟାରିଆଙ୍କୁ ବିମାନ ଭିତରେ ଧୂମପାନ କରିବା ଘଟଣା ମହଙ୍ଗା ପଡ଼ିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତ ଗୁରୁବାର ଦିନ ଏକ ଯାତ୍ରୀବାହୀ ସ୍ପାଇସ୍‌ ଜେଟ୍‌ ବିମାନରେ ବଡିବିଲଡର ବବି କାଟାରିଆ ଧୂମପାନ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଉ ଆଜି ଆଇଜି ବିମାନବନ୍ଦର ପୁଲିସ ଷ୍ଟେସନରେ ୟୁଟ୍ୟୁବର୍ ବବି କାଟାରିଆଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଛି। ପୁଲିସ ଲଗାଇଥିବା ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ବବିଙ୍କୁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ |

ସୂଚନା ମୁତାବକ ପୁଲିସ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିପାରେ। ସୂଚନା ଥାଉ କି ଯେ ବିମାନରେ ବବି ସିଗାରେଟ ଟାଣୁଥିବା ଭିଡିଓ ଅତୀତରେ ଭାଇରାଲ ହୋଇଥିଲା। ଏହା ପରେ ସ୍ପାଇସଜେଟ୍ ଅଧିକାରୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ବବି କାଟାରିଆ ଜାନୁଆରୀ ୨୦ ରେ ଏକ ବିମାନରେ ଦୁବାଇରୁ ନୂଆଦିଲ୍ଲୀ ଯାଇଥିଲେ। ଏହା ପରେ, ୨୪ ଜାନୁଆରୀରେ, ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିମାନ ଭିତରେ ସିଗାରେଟ୍ ଟାଣୁଥିବାର ନଜର ଆସିଥିଲେ |

ଏଭଳି କରିବା ଯୋଗୁଁ ବବି ବିମାନ ଏବଂ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ବିପଦରେ ପକାଇ ଦେଇଥିଲେ। ସୁରକ୍ଷା ବେସାମରିକ ବିମାନ ଚଳାଚଳ ଅଧିନିୟମ ୧୯୮୨ ର ଧାରା ୩ସି ଅନୁଯାୟୀ ପୁଲିସ ଏକ ମାମଲା ରୁଜୁ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ