ଅପରାଧ ରାଜ୍ୟ

ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚୋରା କରତକଳ

ବାଲିଅନ୍ତା: ବାଳକାଟି ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚାଲିଛି ଚୋରା କରତକଳ। କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଜାଗେଶ୍ବରୀ କଲୋନି ଭିତରେ ଚାଲିଛି ଏହି କରତକଳ। ଅଥଚ ବନ ବିଭାଗ ନଜରରେ ପଡ଼ୁ ନାହିଁ। ଏହି କରତକଳ ଯୋଗୁଁ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ ବି ବନ ବିଭାଗ ସବୁ ଦେଖି ନ ଦେଖିବା ଭଳି ଚୁପ୍ ରହୁଛି। ତେଣୁ ଏହାକୁ ନେଇ ସ୍ଥାନୀୟ ଲୋକେ ବନ ବିଭାଗ ଓ କାଠମାଫିଆଙ୍କ ମଧୁଚନ୍ଦ୍ରିକା ବାବଦରେ ଆଲୋଚନା କରୁଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି କରତକଳଟି ଦିନ ରାତି ୨୪ଘଣ୍ଟା ଚାଲିଛି। ଜନବସତି ଭିତରେ କରତକଳଟି ଥିବାରୁ ୨୪ଘଣ୍ଟା କର୍କଶ ଶବ୍ଦ ସ୍ଥାନୀୟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। କଲୋନି ଭିତର ଗଳିକନ୍ଦି ରାସ୍ତାରେ କାଠ ବୋଝେଇ ଭାରୀଯାନ ଯା’ଆସ କରିବା ଦ୍ବାରା ସ୍ଥାନୀୟ ଲୋକମାନେ ଯାତାୟାତ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ବଡ଼ କଥା ହେଉଛି, ସ୍ଥାନୀୟ ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ଏଥିପାଇଁ ଧ୍ବଂସ ହେବାରେ ଲାଗିଛି। କାଠମାଫିଆମାନେ ଗଛ କାଟି ରାତାରାତି କରତକଳରେ ଚିରି ବିକି ଦେଉଛନ୍ତି। ଏମିତିକି ଘରୋଇ ବାଡ଼ି ବା ବଗାୟତରୁ ବଡ଼ବଡ଼ ଗଛ ଚୋରି ହେଉଛି।

କିଛି ଦିନ ତଳେ କାଠ ମାଫିଆମାନେ ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଚନ୍ଦନ ଓ ଶାଗୁଆନ ଗଛ କାଟି ନେଇଥିଲେ ଓ ଉକ୍ତ କରତକଳରେ ଚିରେଇ ବିକି ଦେଇଥିଲେ। ଅଭିଯୋଗ ପରେ ବି ବନ ବିଭାଗ ଅଧିକାରୀ କରତକଳ ମାଲିକ ଓ କାଠ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ତେଣୁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ବାଳକାଟି ଫାଣ୍ଡି ପୁଲିସ କାଠଚୋରକୁ ଧରି କେବଳ ପଚରାଉଚରା କରି ଛାଡ଼ି ଦେଇଥିଲା। ଏ ସଂପର୍କରେ ବାଲିପାଟଣା ରେଞ୍ଜର ମାନସ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ବାଳକାଟି ଓ ଝିଣ୍ଟି ମେଳକ ସମେତ ବାଲିଅନ୍ତା ବ୍ଲକ୍‌ର କରତ କଳଗୁଡ଼ିକ ଉପରେ ଚଢ଼ଉ କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।