ଅପରାଧ ରାଜ୍ୟ

ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ରାତିରେ ଚଢାଉ କରି ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

କରଞ୍ଜିଆ ୦୧।୧୨ : ବନ କର୍ମଚାରୀଙ୍କୁ ଆକ୍ରମଣ କରି ଅଟକ ରଖିବା ଘଟଣା । ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଏଦେଲବେଡା ଗାଁର ମାଣିକରାମ କଣ୍ଡେୟା, ମୋରା ହୋ, ରାମାୟ କଣ୍ଡେୟା, ଗୋପବନ୍ଧୁ କଣ୍ଡେୟା ଓ ଟୁରି କଣ୍ଡେୟା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୨୮ ତାରିଖ ରାତିରେ ଠାକୁରମୁଣ୍ଡା ବ୍ଲକ ଏଦେଲବେଡା ଗାଁରେ ସମ୍ବର ମାଂସ ବଣ୍ଟାଯିବା ସମୟରେ ମାଡିବସିଥିଲା ବନବିଭାଗ । ପରେ ତଲାସୀ ଚାଲିଥିବା ବେଳେ ଗାଁର କିଛି ଲୋକ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ଅଟକ ରଖିଥିଲେ । କରଞ୍ଜିଆ SDPOଙ୍କ ନେତୃତ୍ୱରେ ଏକ ଟିମ ବୁଧବାର ରାତିରେ ଏଦେଲବେଡା ଗାଁରେ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଛି । ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।