ରାଜ୍ୟ

ବନ୍ୟାରେ ସର୍ବସ୍ବ ହରାଇଲେ ମହିଳା

ମାଲକାନଗିରି: ଜିଲ୍ଲାରେ ବନ୍ୟା ଲୋକଙ୍କ ଦୁଃଖକୁ ଆହୁରି ଦୁଇଗୁଣ କରିଦେଇଛି। ବହୁ ଲୋକ ନିଜର ଘରଦ୍ବାର ଛାଡ଼ି ଏବେ ବାହାରେ ରହୁଛନ୍ତି।ବନ୍ୟା ଜଳ ସେମାନଙ୍କର ସମସ୍ତ ଧନସଂପତ୍ତି ନଷ୍ଟ କରିଦେଇଛି। କେବଳ କୋଠାବାଡିକୁ ଛାଡିଦେଲେ ଅନ୍ୟ ସବୁ ଘର ପାଣିରେ ଦୁଇ ଦିନ ରହିବା ପରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଭଳି ଜଣେ ଅସହାୟ ମହିଳାଙ୍କ ଦୁଃଖଦ କାହାଣୀ ବନ୍ୟାଞ୍ଚଳ ଗସ୍ତ କରିବା ପରେ ଦେଖିବାକୁ ମିଳିଥିଲା।

ପୋଟେରୁ ଗ୍ରାମର ରାକ୍ଷୀ ଦେ। ସ୍ବାମୀ ଅନ୍ୟତ୍ର ଚାଲିଯାଇଥିବା ବେଳେ ରାକ୍ଷୀ ନିଜର ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ଏକ ଛୋଟିଆ ଦୋକାନ କରି ଚଳୁଥିଲେ। ବଡଝିଅକୁ ଜ୍ବର କମୁନଥିବାରୁ ସେ ମାଲକାନଗିରି ମେଡିକାଲକୁ ଆଣି ଆସିଥିଲେ। ନିଜେ ରାକ୍ଷୀ ଝିଅ ପାଖରେ ରହି ଚିକିତ୍ସା କରାଉଥିଲେ। ପୁଅକୁ ମାମୁଁ ଘରେ ଛାଡି ଦେଇଥିଲେ।

ଗତ ରବିବାର ଦିନ ହଠାତ ରାତି ଗୋଟାଏରେ ଘରେ ପାଣି ପଶିଥିଲା। ଏହି ଖବର ପାଇଥିଲେ ରାକ୍ଷୀ। କିନ୍ତୁ ଘରକୁ ଯିବାକୁ ସମସ୍ତ ରାସ୍ତା ବନ୍ଦ ଥିଲା।ଆଜି ସକାଳୁ ସେ ଘରକୁ ଫେରି ଦେଖିଲା ବେଳକୁ ଘରେ ଗୋଟିଏ ବି ଜିନିଷ ନାହିଁ। ଦୋକାନର ସମସ୍ତ ଜିନିଷ ପାଣିରେ ଭାସି ଚାଲିଯାଇଛି। ଏବେ ରାକ୍ଷୀ ସର୍ବସ୍ବାନ୍ତ। ପାଖରେ ଚଳିବା ପାଇଁ ଟଂକା ଟିଏ ନଥିବା ବେଳେ ଖାଇବା ପାଇଁ ଚାଉଳ ମୁଠାଏ ନାହିଁ।

ଅନ୍ୟପଟେ ଝିଅର ଅବସ୍ଥା ଗୁରୁତର ହେବାକୁ ଲାଗିଛି। ଡାକ୍ତର ତୁରନ୍ତ ଝିଅକୁ ନେଇ ବଡ ମେଡିକାଲକୁ ଯିବାକୁ ପରାମର୍ଶ ଦେଉଛନ୍ତି। ଗୋଟିଏ ପଟେ ବନ୍ୟା ଜଳ ଘରକୁ ଲୁଟି ସାରିଥିବା ବେଳେ ଅନ୍ୟପଟେ ଝିଅର ଅବସ୍ଥା ଗୁରୁତର ହେଲାଣି।ଏବେ ରାକ୍ଷୀ ମୁଣ୍ଡରେ ଚିନ୍ତାର ପାହାଡ।କଣ କରିବ, କାହାରି ନିକଟରେ ଗୁହାରି କରି କିଛି ବୁଝିପାରୁନଥିବା କାନ୍ଦି କାନ୍ଦି କହିଥିଲା। ତୁରନ୍ତ ପ୍ରଶାସନ ତରଫରୁ ରାକ୍ଷୀଙ୍କୁ ସହଯୋଗର ହାତ ବଢାଇବାକୁ ସାଧାରଣରେ ଦାବି ହୋଇଛି।

Malkangiri Rain in Odisha

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।