ରାଜନୀତି ରାଜ୍ୟ

ବନ୍ଧୁମିଳନରେ ବିଜୟଙ୍କ ବକ୍ତବ୍ୟକୁ ନେଇ ହଟଚମଟ: ‘୨୦୨୩ରେ ସବୁ ପ୍ରତୀକ୍ଷାର ଅନ୍ତ ହେବ’

କେନ୍ଦ୍ରାପଡ଼ା/ଗରଦପୁର : ‘ମୋ ପାଇଁ ବହୁଲୋକ ଅସୁବିଧା ଭୋଗିଛନ୍ତି; ନିର୍ଯାତନା ସହିଛନ୍ତି। ତା’ ସତ୍ତ୍ବେ ସେମାନେ ମୋ ସହିତ ଅଛନ୍ତି। କାରଣ ମୁଁ ସବୁବେଳେ ଆଗରେ ରହି ଲଢେ଼। ସତ କେବେ ଲୁଚି ରହିପାରିବ ନାହିଁ। ସାମ୍ନାକୁ ଆସିବ। ୨୦୨୩ମସିହାର ସବୁ ପ୍ରତୀକ୍ଷାର ଅନ୍ତ ଘଟିବ।’ ନୂତନ ବର୍ଷ ଉପଲକ୍ଷେ ଆୟୋଜିତ ବଂଧୁମିଳନ ଉତ୍ସବରେ ଆଜି ଏ କଥା କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ନିଜ ଅନୁଗତମାନଙ୍କ ଦ୍ବାରା ଆୟୋଜିତ ଏହି ବଂଧୁମିଳନ ସମାରୋହରେ ବିଜୟଙ୍କ ଏଭଳି ବକ୍ତବ୍ୟ ଆଉ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମରେ ଆଗରେ ସ୍ପଷ୍ଟ କରିବା ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ତିକନପୁରଠାରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀ ମହାପାତ୍ର ଏବେବି ବିଜେପିରେ ଥିଲେ ମଧ୍ୟ ନୂଆବର୍ଷ ଉପଲକ୍ଷେ ଆଜି ଯେଉଁ ବଂଧୁମିଳନ ବ୍ୟାନର୍‌ ମରାଯାଇଥିଲା, ସେଥିରେ ନା ଦଳୀୟ ଚିହ୍ନ ଥିଲା ନା ରଙ୍ଗ। ବ୍ୟାନର୍‌ରେ କେବଳ ବିଜୟଙ୍କ ବଡ଼ ଫଟୋ ସହିତ ଅଭିନନ୍ଦନର ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ପାଖାପାଖି ୩ହଜାର ଲୋକ ସାମିଲ୍‌ ହୋଇଥିଲେ।

ନିଜ ଶୁଭେଚ୍ଛୁଙ୍କୁ ଉଦ୍‌ବୋଧନ ଦେଇ ବିଜୟ ନଦୀନାଳ ଘେରା ପାଟକୁରାର ୪୦ବର୍ଷର ଚିତ୍ର ସଂପର୍କରେ ଆଲୋକପାତ କରିଥିଲେ ା ସେ କହିଥିଲେ, ‘ ପାଟକୁରା ପାଇଁ ଥିବା ସ୍ବପ୍ନ ୭୫ ଭାଗ ପୂରଣ ହୋଇଛି। ଆଜି ମୁଁ ରାଜନୀତିରେ ଯେତିକି ବାଟ ଆଗକୁ ଆସିଛି, ତାହା ପଛରେ କେବଳ ପାଟକୁରାବାସୀଙ୍କ ସେହ୍ନ, ଶ୍ରଦ୍ଧା ଆଉ ଭଲପାଇବା ରହିଛି। ପାଟକୁରାବାସୀଙ୍କ ସମର୍ଥନ ଆଉ ଆଶୀର୍ବାଦ ‌ଯୋଗୁ ଜୀବନରେ ଏତେ ବାଟ ଆସିପାରିଛି। ସାରାଓଡ଼ିଶାର ୩୦ଟି ଜିଲ୍ଲାକୁ ତିନିତିନି ଥର ବୁଲିଛି।’ କିନ୍ତୁ, ଏବେ ଓଡ଼ିଶାର ରାଜନୈତିକ ଚିତ୍ର କିଛି ଅଲଗା ଥିବ‌ା ବିଜୟ କହିଥିଲେ।

ଏହି ସମୟରେ କିଛି ଶୁଭେଚ୍ଛୁ ଓ ସାମ୍ବାଦିକ ଭବିଷ୍ୟତର ପନ୍ଥା କ’ଣ ହେବ ବୋଲି ପ୍ରଶ୍ନ କରିଥିଲେ। ତା’ର ଉତ୍ତରରେ ମଞ୍ଚରେ ଥିବା ଜଗନ୍ନାଥଙ୍କ ଫଟୋକୁ ହାତ ଦେଖାଇ ବିଜୟ କହିଥିଲେ ଜଗନ୍ନାଥ ଯାହା କରିବେ, ତାହା ନିଶ୍ଚୟ ଭଲ କରିବେ। ୨୦୨୩ରେ ସବୁ ଅପେକ୍ଷାର ଅନ୍ତ ଘଟିବ। ପୁରାଣ ଓ ମହାଭାରତର ଉଦାହରଣ ଦେଇ ବିଜୟ କହିଥିଲେ କୌରବ ଓ ପାଣ୍ତବମାନଙ୍କ ମଧ୍ୟରେ ହୋଇଥିବା ୧୮ ଦିନର ମହାଭାରତ ଯୁଦ୍ଧରୁ ଓଳିଏ ବାକି ଅଛି। ୨୦୨୩ ମସିହାରେ ମହାଭାରତର ବାକି ଥିବା ସେଇ ଓଳିଏ ଯୁଦ୍ଧ ହେବ। ସତ ସାମ୍ନାକୁ ଆସିବ। ଯେଉଁମାନେ ପଛରେ ରହି ଯୁଦ୍ଧ କରୁଛନ୍ତି, ସେମାନଙ୍କୁ ମୁଁ କେବେ ଯୋଦ୍ଧା ରୂପେ ଗ୍ରହଣ କରିପାରିବିନି ବୋଲି ବିଜୟ କହିଥିଲେ ା ବିଜୟଙ୍କ ସହିତ ମଞ୍ଚରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ବି ଉପସ୍ଥିତ ଥିଲେ ା ପୁଅ ନିର୍ବାଚନ ଲଢ଼ିବେ ବୋଲି ବିଜୟ ସ୍ପଷ୍ଟ କରିଥିଲା ବେଳେ ଅରବିନ୍ଦ ମଧ୍ୟ ସମାନ ମତ ରଖିଥିଲେ। ଆହୁରି ମଧ୍ୟ ଦଳ କଥା ୩ମାସ ମଧ୍ୟରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଏହି ଘଟଣା ପାଟକୁରା ରାଜନୀତିକୁ ସରଗରମ କରି ଦେଇଛି ା

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର