ଅପରାଧ ରାଜ୍ୟ

ବନ୍ଧୁକ ମୁନରେ ଲୁଟ୍, ଆକ୍ରମଣ କରି ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ଲକ୍ଷ ଟଙ୍କା

ଆଠଗଡ ୧୩।୬: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟ୍ । ୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରୁ ଲୁଟ୍ ହୋଇଛି ।

ସୂଚନାଯୋଗ୍ୟ ଯେ, କଟକ ମାଲଗୋଦାମକୁ ଏକ ଆଇଚରରେ ଯାଉଥିବା ବେଳେ ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରେ ଅଟକାଇଥିଲେ ଦୁର୍ବୃତ୍ତ । ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ୫ଟି ବାଇକ୍ ଯୋଗେ ୭ଜଣ ଲୁଟେରା ଆସିଥିଲେ । ଏ ନେଇ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ଓ ତିଗିରିଆ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଲୁଟେରାମାନଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।