ଅପରାଧ ରାଜନୀତି ରାଜ୍ୟ

ବନ୍ଧା ହେଲେ ଦେବଗଡ଼ ବିଧାୟକ, ତିଳେଇବଣି ବିଡିଓଙ୍କୁ ମାଡ଼ ପରେ ଆକ୍ସନ

ଦେବଗଡ ୦୧।୦୫ : ବିଧାୟକ ଗିରଫ । ତିଳେଇବଣି ବିଡିଓଙ୍କୁ ମାଡ଼ ଘଟଣା ଦେବଗଡ଼ ବିଧାୟକଙ୍କ ଗିରଫ କରିଛି ପୋଲିସ । ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଭୁବନେଶ୍ବରରୁ ଗିରଫ କଲା ଦେବଗଡ ଆଦର୍ଶ ଥାନା ପୋଲିସ । ଗିରଫ ପରେ ବିଧାୟକଙ୍କୁ ଦେବଗଡ ଆଣୁଛି ପୋଲିସ ।

ଖବର ଅନୁଯାୟୀ, ଶନିବାର ଦିନ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମାଡପିଟ କରିଥିବା ଅଭିଯୋଗ ହୋଇଥିଲା । ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଏକ ସରକାରୀ କାର୍ଯ୍ୟରେ ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡି ଗ୍ରାମକୁ ଯାଇଥିବା ବେଳେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ସମର୍ଥକ ମାନେ ଘଟଣାସ୍ଥଳରେ ପହଞ୍ଚି ବିଡିଓଙ୍କୁ ଆକ୍ରମଣ କରିଥିଲେ। ଫଳରେ ବିଡିଓଙ୍କ ଓଠ ଫାଟିଯିବା ସହ ସେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣା ପରେ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଦେବଗଡ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଆଉ ଏବେ ବିଧାୟକଙ୍କୁ ଗିରଫ କରିଛି ପୋଲିସ

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର