ଅପରାଧ

ବନ୍ଧାହେଲା ରଙ୍ଗିଲା ନକଲି ପୁଲିସ: ଟାର୍ଗେଟ୍‌ରେ କମ୍‌ ବୟସର ଯୁବତୀ

ଫେସ୍‌ବୁକ୍‌ରେ ଏକାଧିକ ଝିଅଙ୍କୁ ଫସାଇ ଶେଷରେ ଧରାପଡ଼ିଛି ନକଲି ରଙ୍ଗିଲା ଆଇଆଇସି। ଖଣ୍ଡଗିରି ଥାନା ପୁଲିସ ଏହି ନକଲି ପୁଲିକୁ ଗିରଫ ପରେ ଘଟଣା ପଦାକୁ ଆସିଛି। ……..

ଭୁବନେଶ୍ବର: ଫେସ୍‌ବୁକ୍‌ରେ ଏକାଧିକ ଝିଅଙ୍କୁ ଫସାଇ ଶେଷରେ ଧରାପଡ଼ିଛି ନକଲି ରଙ୍ଗିଲା ଆଇଆଇସି। ଖଣ୍ଡଗିରି ଥାନା ପୁଲିସ ଏହି ନକଲି ପୁଲିକୁ ଗିରଫ ପରେ ଘଟଣା ପଦାକୁ ଆସିଛି। ସେ ହେଲା ଭଦ୍ରକ ଜିଲ୍ଲା ତୁମ୍ବାପାଡ଼ି ଅଞ୍ଚଳର ସୁବାସ କଅଁର ଓରଫ ମନୋଜ ମିଶ୍ର(୫୫)। ତା’ଠାରୁ ମୋବାଇଲ୍‌, ଏକାଧିକ ଜାଲ୍ ପରିଚୟପତ୍ର, ପୁଲିସ ପୋଷାକ ଆଦି ଜବତ କରାଯଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏସିପି ତାପସ ପ୍ରଧାନ ନକଲି ପୁଲିସର ଗୁମର ଖୋଲିଛନ୍ତି। ସେ ରାଉରକେଲା ସେକ୍ଟର-୧୫ରେ ରହି ସେଠାରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ସୋସିଆଲ୍‌ ମିଡିଆରେ ଏକାଧିକ ଝିଅଙ୍କୁ ଫସାଉଥିଲା। ବିଶେଷକରି ଟାର୍ଗେଟରେ ଥିଲେ କମ୍‌ ବୟସର ଯୁବତୀ। ସେମାନଙ୍କୁ ଫସାଇ ବିଭିନ୍ନ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗାଉଥିଲା। ତା’ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଦରକାର ପଡ଼ିଲେ ରିମାଣ୍ଡରେ ଅଣାଯିବ ବୋଲି ଏସିପି ଶ୍ରୀ ପ୍ରଧାନ କହିଛନ୍ତି।

ପୁଲିସ ଆଇଆଇସି କହି ଫସାଇଥିଲା
୨୦୨୦ ମସିହାରେ ସୁବାସ ସରକନ୍ତରା ଅଞ୍ଚଳର ଜଣେ ଯୁବତୀଙ୍କୁ ଫେସ୍‌ବୁକ୍‌ରେ ବନ୍ଧୁତ୍ବ ପାଇଁ ପ୍ରସ୍ତାବ ପଠାଇଥିଲା। ଫେସ୍‌ବୁକ୍‌ ପ୍ରୋଫାଇଲ୍‌ ଫଟୋଠୁ ଆରମ୍ଭ କରି ନିଜ ସମ୍ପର୍କିତ ତଥ୍ୟରେ ସେ ପୁଲିସ ପରିଚୟ ଦେଇଥିଲା। ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରୁ ପୁଲିସ ବାବୁ ଜାଣିବା ପରେ ଯୁବତୀଜଣଙ୍କ ତାଙ୍କ ବନ୍ଧୁତ୍ବକୁ ଗ୍ରହଣ କରିଥିଲେ। ଏହାପରେ ନକଲି ପୁଲିସ ସୁବାସ ଯୁବତୀଙ୍କୁ ଫସାଇବା ପାଇଁ ମେସେଞ୍ଜରରେ ମେସେଜ୍‌ କରିଥିଲା। ସେ ନିଜକୁ ରାଉରକେଲା ସେକ୍ଟର-୧୫ ଥାନା ଆଇଆଇସି ବୋଲି ପରିଚୟ ଦେଇଥିଲା‌। ଯୁବତୀଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ପୁଲିସ ପୋଷାକ ପିନ୍ଧି ଭିଡିଓ କଲ୍‌ କରିଥିଲା। ଯୁବତୀଙ୍କ ବିଶ୍ବାସ ଭାଜନ ପରେ ତାଙ୍କୁ ବିବାହ କରିବାକୁ କହିଥିଲା। ଯୁବତୀ ରାଜି ହେବା ପରେ ମଝିରେ ମଝିରେ ଭୁବନେଶ୍ବର ଆସି ତାଙ୍କୁ ହୋଟେଲ୍‌କୁ ନେଇ ସମ୍ପର୍କ ରଖୁଥିଲା। ୩ବର୍ଷ ଧରି ସମ୍ପର୍କ ରଖିବା ପରେ ଯୁବତୀ ବିବାହ ପାଇଁ ଜିଦ୍‌ ଧରିଥିଲେ। ୨୦୨୩ ଅଗଷ୍ଟ ମାସରେ ଘଟଗାଁ ତାରିଣୀ ମନ୍ଦିରରେ ତାଙ୍କୁ ବିବାହ କରିଥିଲେ। ବିଭିନ୍ନ ଆଳ ଦେଖାଇ ତାଙ୍କୁ ଘରକୁ ନେଇନଥିଲା। ସେବେଠାରୁ ଯୁବତୀଜଣଙ୍କ ସରକନ୍ତରାସ୍ଥିତ ଭଉଣୀ ଘରେ ରହିଥିଲେ। ଏହା ଭିତରେ ବର୍ଷେ ବିତିଯାଇଥିଲେ ବି ସୁବାସ ତାଙ୍କୁ ଘରକୁ ନନେବାରୁ ସନ୍ଦେହ କରି ପ୍ରକୃତ କାରଣ ଖୋଜିବାକୁ ଲାଗିପଡ଼ିଥିଲେ।  
ଧରାଇଲା ପୁରୀରେ ରୋମାନ୍ସ ଯୋଜନା

ଯୁବତୀଜଣକ ମନୋଜକୁ ସନ୍ଦେହ କରି ତା’ କାର୍‌ ନମ୍ବର ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଜାଣିବାକୁ ପାଇଥିଲେ ଯେ ଗାଡ଼ି ସୁବାସ କଅଁର ନାଁରେ ରହିଛି। ସେ ଫୋନକରି ଗାଡ଼ି ସମ୍ପର୍କରେ ପଚାରିଥିଲେ। ମନୋଜ କହିଥିଲା ଗାଡ଼ି ମୋ ନାଁରେ ଅଛି। ଏହା ଯୁବତୀଙ୍କ ସନ୍ଦେହକୁ ଦୁଇଗୁଣିତ କରିଥିଲା। ଏମିତି କି ତାଙ୍କ ଠାରୁ ବିଭିନ୍ନ ସମୟରେ ୪୦ହଜାରରୁ ଊର୍ଧ୍ବ ଟଙ୍କା ନେଇଥିଲେ ବି ଫେରାଇନଥିଲା। ଠକାମିର ଶିକାର ହୋଇଥିବା ନିଶ୍ଚିତ ହେବା ପରେ ଯୁବତୀଜଣକ ଖଣ୍ଡଗିରି ଥାନାରେ ଜଣାଇଥିଲେ। ପୁଲିସ ମାମଲାର ତଦନ୍ତ ବେଳେ ସୁବାସ ରାଉରକେଲାର ଏକ ଫେବ୍ରିକେସନ ସଂସ୍ଥାରେ କାମ କରୁଛି। ଭଦ୍ରକରେ ପତ୍ନୀ, ୨୫ ବର୍ଷର ପୁଅ ରହୁଛନ୍ତି ବୋଲି ଜାଣିବାକୁ ପାଇଥିଲା। ଏହାପରେ ରଙ୍ଗିଲା ସୁବାସକୁ ଧରିବା ପାଇଁ ଯୋଜନା କରିଥିଲା। ଯୋଜନା ମୁତାବକ ଯୁବତୀ ସୁବାସଙ୍କୁ ଫୋନ୍‌ କରି ପୁରୀ ଯିବାକୁ କହିଥିଲେ। ସୁବାସ ରାଜି ହୋଇ ଶନିବାର ସକାଳୁ ଭୁବନେଶ୍ବର ଆସିଥିଲା। ସନ୍ଧ୍ୟାରେ ଯୁବତୀଙ୍କ ପାଖରେ ପହଞ୍ଚିବା ବେଳକୁ ପୁଲିସ ଟିମ୍‌ ତାକୁ କାବୁ କରିଥିଲା। 

ଏପର୍ଯ୍ୟନ୍ତ ୩, ଲାଇନ୍‌ରେ ଆହୁରି ଅନେକ 
ତଦନ୍ତରୁ ଜଣାପଡ଼ିଛି ‌ସୁବାସ ଏମିତି ଝିଅଙ୍କୁ ଫସାଇ ଏପର୍ଯ୍ୟନ୍ତ ୩ଜଣଙ୍କୁ ବିବାହ କରିଛି। ତେଣୁ ସେ ଅଧିକ ଝିଅଙ୍କୁ ଫସାଇଥିବା ଅନୁମାନ କରାଯାଉଛି। ତାର ଫେସ୍‌ବୁକ୍‌ ଚାଟିଂ, ହ୍ବାଟସ୍‌ଆପ୍‌ ମେସେଜ୍‌ରୁ ଏଭଳି କିଛି ତଥ୍ୟ ପୁଲିସ ହାତରେ ଲାଗିଛି। ଅଧିକ ଖୋଳତାଡ଼ ପାଇଁ ପୁଲିସ ଫେସ୍‌ବୁକ୍‌, ଇନ୍‌ଷ୍ଟା, ହ୍ବାଟସ୍‌ଆପ୍‌ ଭଳି ସମସ୍ତ ସୋସିଆଲ୍‌ ମିଡିଆର ଯାଞ୍ଚ କରିବ। ଏଥିପାଇଁ ସମ୍ପୃକ୍ତ ସଂସ୍ଥାକୁ ଚିଠି କରାଯାଇପାରେ ବୋଲି ଜଣାପଡ଼ିଛି। 

ସମ୍ଭ୍ରାନ୍ତ ପରିବାର, ବିଦେଶରେ ଭାଇ 
ଯୁବତୀଙ୍କୁ ଫସାଇବା ପାଇଁ ସୁବାସ ନିଜକୁ ତ ପୁଲିସ ଅଫିସରର ପରିଚୟ ଦେଉଥିଲା। ପରିବାରକୁ ବି ସମ୍ଭ୍ରାନ୍ତ ଶ୍ରେଣୀର ବୋଲି ଦର୍ଶା‌ଉଥିଲା। ତାର ୫ ଭାଇ ଥିବା ବେଳେ ସେମାନେ  ଜର୍ମାନୀ, ୟୁଏସ୍‌ଏ, ୟୁକେ, ପୁଣେରେ ଥିବା କହୁଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଅପରାଧ ରାଜ୍ୟ

ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରି ହୋଇଥିଲେ ଗିରଫ

ମାଲକାନଗିରି ୨୮।୦୪ : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ
ଅପରାଧ ରାଜ୍ୟ

ନାଗ ସହିତ ନାଗିନ୍‌ ଡ୍ୟାନ୍ସ, ୫ ଅଟକ

କରଞ୍ଜିଆ ୨୮।୦୪: ନାଗକୁ ଧରି ନାଗିନ୍‌ ଡ୍ୟାନ୍ସ । ବରଯାତ୍ରୀ ଶୋଭାଯାତ୍ରାରେ ନାଚିବା ପଡିଲା ମହଙ୍ଗା । ସାପ ଖେଳାଳି ସମେତ ୫ଜଣ ବାଦ୍ୟକାରଙ୍କୁ ଅଟକ ରଖିଛି