ରାଜ୍ୟ

ବନ୍ଧକମାନଙ୍କୁ ବଳାତ୍କାର କରିଛନ୍ତି ହମାସ ଆତଙ୍କବାଦୀ, ମୃତଦେହ ସହିତ ମଧ୍ୟ ଏଭଳି ଘୃଣ୍ୟ କାର୍ଯ୍ୟ

ଜେନେଭା: ଗତ ୨୦୨୩ ଅକ୍ଟୋବର ୭ ରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ମିଳିତ ଜାତିସଂଘର ରିପୋର୍ଟ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ପ୍ରକାଶିତ ତଥ୍ୟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନାହୁଙ୍କ ଦାବି ଏବଂ ଅଭିଯୋଗକୁ ଆହୁରି ସୁଦୃଢ଼ କରିଛି। ମିଳିତ ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ ଏହି ଆକ୍ରମଣ ସମୟରେ ହମାସ ଆତଙ୍କବାଦୀମାନେ ଅନେକ ଇସ୍ରାଏଲ ମହିଳାଙ୍କୁ ବଳାତ୍କାର କରିଛନ୍ତି। ଏପରିକି ସେମାନେ ମୃତଦେହକୁ ମଧ୍ୟ ଛାଡି ନଥିଲେ। ସେମାନେ ଅତି ଅମାନୁଷିକ ଭାବେ ମୃତଦେହକୁ ବଳାତ୍କାର କରିଥିଲେ। ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ଅଭିଯୋଗକୁ ବିଶ୍ୱାସ କରିବା ପାଇଁ ଜାତିସଂଘ ପାଖରେ ଯଥେଷ୍ଟ ଏବଂ ଦୃଢ଼ ପ୍ରମାଣ ଅଛି । ସୂଚନାଯୋଗ୍ୟ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବାରମ୍ବାର ଅଭିଯୋଗ କରିଛନ୍ତି ହମାସ ଯୋଦ୍ଧାମାନେ ଇସ୍ରାଏଲ୍ ମହିଳା ଏବଂ ଶିଶୁଙ୍କୁ ବଳାତ୍କାର କରୁଛନ୍ତି। ମିଳିତ ଜାତିସଂଘର ରିପୋର୍ଟରେ ଏବେ ତାଙ୍କ ଅଭିଯୋଗକୁ ମଜବୁତ କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମିଳିତ ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧୀ ପ୍ରମିଲା ପୈଟନ ସୂଚନା ଦେଇଛନ୍ତି ଯେ କିଛି ବନ୍ଧକଙ୍କୁ ବଳାତ୍କାର କରାଯାଇଛି। ଏହି ସମସ୍ତ ଅଭିଯୋଗ ସହ ପ୍ରମିଲାଙ୍କର ପାଖରେ ସ୍ପଷ୍ଟ ଏବଂ ଠୋସ୍ ପ୍ରମାଣ ପୈଟନ ଫେବୃଆରୀ ଆରମ୍ଭରେ ଏକ ବିଶେଷଜ୍ଞ ଦଳ ସହିତ ଅଢ଼େଇ ସପ୍ତାହ ପାଇଁ ଇସ୍ରାଏଲ୍ ଏବଂ ୱେଷ୍ଟ ବ୍ୟାଙ୍କ ଗସ୍ତ କରିଥିଲେ। ଯାଞ୍ଚ୍ ବେଳେ ଦଳ ଅନେକ ସ୍ଥାନରେ ପ୍ରମାଣ ମିଳିଛି, ଯାହା ସ୍ପଷ୍ଟ ଭାବେ ଦର୍ଶାଏ ଯେ ଏଠାରେ ଯୌନ ହିଂସା ଘଟିଥିଲା, ଯେଉଁଥିରେ ଉଭୟ ବଳାତ୍କାର ଏବଂ ଗଣ ବଳାତ୍କାର ଅନ୍ତର୍ଭୁକ୍ତ। ପୈଟନ କହିଛନ୍ତି ଯୌନ ହିଂସା ମୁଖ୍ୟତ ତିନୋଟି ସ୍ଥାନରେ ଘଟିଥିଲା। ପ୍ରଥମ ନୋଭା କନସର୍ଟ ଭେନ୍ୟୁ ଏବଂ ଏହାର ଆଖପାଖ ଅଞ୍ଚଳରେ, ଦ୍ୱିତୀୟରେ ରୋଡ୍ ୨୩୨ ଏବଂ ତୃତୀୟରେ କିବତ୍ୟୁଜ ରିମରେ ହୋଇଥିଲା।

ଜାତିସଂଘର ରିପୋର୍ଟରେ କୁହାଯାଇଛି ଅନେକ ମହିଳାଙ୍କୁ ଆତଙ୍କବାଦୀଙ୍କ ଦ୍ୱାରା ବଳାତ୍କାର ଓ ହତ୍ୟା କରାଯାଇଥିଲା। ଦୁଇଥର ଆତଙ୍କବାଦୀମାନେ ମୃତଦେହକୁ ବଳାତ୍କାର କରିଥିଲେ। ଯୌନ ହିଂସାର ଶିକାର ହୋଇଥିବା ବ୍ୟକ୍ତିମାନେ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଅତ୍ୟାଚାର ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ଟିମ୍ ପକ୍ଷରୁ ଆହ୍ବାନ କରାଯାଇଥିଲା, କିନ୍ତୁ ଜୀବନ ପ୍ରତି ଭୟ ଯୋଗୁ ସାକ୍ଷ୍ୟ ଦେବାକୁ କେହି ଆଗେଇ ନଥିଲେ। ଏହି ଗସ୍ତ ସମୟରେ ଦଳର ସଦସ୍ୟମାନେ ହିଂସା ପୀଡିତ ତଥା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କଥା ହୋଇଥିଲେ ଏବଂ ପାଞ୍ଚ ହଜାର ଫଟୋଗ୍ରାଫ ଏବଂ ୫୦ ଘଣ୍ଟା ସିସିଟିଭି ଫୁଟେଜ ମଧ୍ୟ ଦେଖିଥିଲେ। ଦଳ ସଦସ୍ୟମାନେ ମୁକ୍ତ ହୋଇଥିବା ବନ୍ଧକମାନଙ୍କ ସହ ମଧ୍ୟ କଥା ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।