ରାଜ୍ୟ

ବନ୍ଦ ହୋଇଯିବ ‘ମୁକ୍ତା’! ନୂଆ ପ୍ରକଳ୍ପ ଆରମ୍ଭ ନ କରିବାକୁ ନିର୍ଦ୍ଦେଶ

ଅନୁଗୁଳ: ସହରାଞ୍ଚଳ ଲୋକଙ୍କୁ କର୍ମନିଯୁକ୍ତ ଯୋଗାଇବା ସହ ସହରର ବିକାଶମୂଳକ କାମକୁ ତ୍ବରାନ୍ବିତ କରିବା ପାଇଁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା)କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସରକାର ବଦଳିବା ପରେ ଏହି ଯୋଜନା ଚାଲିବ କି ନାହିଁ ସେଥିନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ମୁକ୍ତା ଯୋଜନାରେ ଆଉ କୌଣସି କାମ ଆରମ୍ଭ ନ କରିବାକୁ ସରକାରୀସ୍ତରରେ ଅଲ୍ଲିଖିତ ନିର୍ଦେଶ ଆସିଛି। ନୂଆ ପ୍ରକଳ୍ପ ହାତକୁ ନ ନେବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ସଫା ସଫା ମନା କରି ଦେଇଛନ୍ତି। ଏଣୁ ମୁକ୍ତାର ଭବିଷ୍ୟତ ଅନ୍ଧାର ଭିତରକୁ ଚାଲି ଯାଇଛି।

କୋଭିଡ୍‌ ସମୟରେ ଆରମ୍ଭ ହୋଇଥିଲା ଏହି ମୁକ୍ତା ଯୋଜନା। ଏଥିରେ ରାଜ୍ୟ ବାହାରୁ ଆସିଥିବା ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଇଥିଲା। ସେହିପରି ସହରର ଗଳିକନ୍ଦିରେ ଆରମ୍ଭ ହୋଇଥିଲା ଉନ୍ନୟନମୂଳକ କାମ। ବିଭିନ୍ନ ୱାର୍ଡରେ ଶିଶୁ ଉଦ୍ୟାନ, ପାଦଚଲା ଟ୍ରାକ୍‌, ଓପନ ଜିମ୍‌, ଭେଣ୍ଡିଂ ଜୋନ୍‌, ପରିଚୟ ଗୃହ, ପୋଖରୀ ପୁନରୁଦ୍ଧାର, ପରିସ୍ରାଗାର, ବର୍ଷା ଜଳ ଅମଳ ପ୍ରକଳ୍ପ ଆଦି କରାଯାଉଥିଲା। ଅନୁଗୁଳ ସହରରେ ପ୍ରତି ବର୍ଷ ପାଖାପାଖି ୨ରୁ ୩ କୋଟି ଟଙ୍କାର କ‌ାମ ହେଉଥିଲାବେଳେ ଏଥର ଅଧିକ ଟଙ୍କା ମିଳିଛି। ନିର୍ବାଚନକୁ ଆଖି ଆଗରେ ରଖି ସରକାର ପ୍ରାୟ ୮ କୋଟି ଟଙ୍କାର ବଜେଟ୍‌ କରିଥିଲାବେଳେ ଏଥିରୁ ଅଧା କାମ ଆରମ୍ଭ ହୋଇନି। ଯେଉଁ କାମ ଆରମ୍ଭ ହୋଇନି ସେଥିରେ ଆଉ ହାତ ନ ମାରିବାକୁ ଉପରୁ ଆଦେଶ ଆସିବା ପରେ ସବୁ କାମ ଠପ୍‌ ହୋଇ ଯାଇଛି। ସୂଚନା ଅନୁସାରେ, ଅନୁଗୁଳ ସହର ସମେତ ତାଳଚେର ଓ ଆଠମଲ୍ଲିକ ସହରରେ ମଧ୍ୟ ମୁକ୍ତା ଯୋଜନାରେ ଏବେ କାମ ବନ୍ଦ କରାଯାଇଥିବା ଜଣାପଡ଼ିଛି। ଏଥିନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମୁକ୍ତା ଯୋଜନାରେ କୌଣସି ନୂଆ ପ୍ରକଳ୍ପ ଆରମ୍ଭ ନ କରିବାକୁ ଏବେ ମୌଖିକ ଭାବେ ନିର୍ଦେଶ ଆସିଛି। ତେବେ କିଛିଦିନ ଭିତରେ ଏହି ଯୋଜନାରେ ପୁଣି କାମ ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।