ରାଜ୍ୟ

ବନ୍ଦ ହୋଇଯିବ କି ଟେଲିଗ୍ରାମ୍‌! ସିଇଓ ଗିରଫ ହେବା ପରେ ଚିନ୍ତାରେ ବ୍ୟବହାରକାରୀ

ବନ୍ଦ୍‌ ହୋଇଯିବ କି ଟେଲିଗ୍ରାମ୍‌? ଏବେ ଚିନ୍ତାରେ ପଡ଼ିଗଲେଣି ବ୍ୟବହାରକାରୀ। ଫ୍ରାନ୍ସରେ ଗିରଫ ହୋଇଛନ୍ତି ଟେଲିଗ୍ରାମ୍‌ର ସିଇଓ ପାଭେଲ ଦୁରଭ। ତାଙ୍କ ଗିରଫଦାରୀ ପରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା।

ନୂଆଦିଲ୍ଲୀ: ଫ୍ରାନ୍ସରେ ଗିରଫ ହୋଇଛନ୍ତି ଟେଲିଗ୍ରାମ୍‌ର ସିଇଓ ପାଭେଲ ଦୁରଭ। ତାଙ୍କ ଗିରଫଦାରୀ ପରେ ଟେଲିଗ୍ରାମ୍‌ ବନ୍ଦ ହୋଇ ଯାଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ଓ ସିଇଓ ପାଭେଲ୍ ଦୁରୋଭଙ୍କୁ ଗତକାଲି ଫ୍ରାନ୍ସରେ ଗିରଫ କରାଯିବା ପରେ ଏହି ଆପ୍ ବନ୍ଦ ହେବାର ଆଶଂକା ବଢିଛି । କେବଳ ଏତିକି ନୁହେଁ ଜୁଆ ଓ ମୁଣ୍ଡଜାମିନ୍ ଭଳି ବେଆଇନ୍ କାର୍ଯ୍ୟରେ ଏହି ଆପ୍ ବ୍ୟବହାର କାରାଯାଉଥିବା ଅଭିଯୋଗ ରହିଛି ।

ତେବେ ଏହାକୁ‌ ନେଇ ଏବେ କେନ୍ଦ୍ର ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ତଦନ୍ତ କରୁଛି। ଯଦି କମ୍ପାନି ବିରୋଧରେ କିଛି ବି ଠୋସ୍‌ ପ୍ରମାଣ ମିଳିଯାଏ ତ ଆପ୍‌ ବନ୍ଦ ହୋଇଯିବ।

ଏହି ଆପ୍‌କୁ ପ୍ଲେ ‌ଷ୍ଟୋର୍‌ରୁ ହଟାଇ ଦିଆଯିବ ବୋଲି କେହି କେହି କହୁଥିବା ବେଳେ ଆଉ କିଛି ଲୋକ କହୁଛନ୍ତି ଏହା ଆପେ ଆପେ ସ୍ମାର୍ଟଫୋନ୍‌ରୁ ଉଡିଯିବ। ତେବେ ଏହା କେତେ ସହ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।