ଭୁବନେଶ୍ବର ୦୨।୦୬ : ବନ୍ଦ ଘରୁ ଝୁଲନ୍ତା ମୃତଦେହ ଠାବ । ଭୁବନେଅସୱର ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ଥିବା ଏକ ଘରୁ ଠାବ ହୋଇଛି ମୃତଦେହ । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମୃତ ଯୁବକଙ୍କ ଘର କଟକରେ ହୋଇଥିବା ବେଳେ ଭୁବନେଶ୍ୱରରେ ଭଡ଼ାରେ ରହୁଥିଲେ । ଏବେ ଭଡ଼ାରେ ରହୁଥିବା ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱରୀ ଅଞ୍ଚଳରେ ଥିବା ଘର ଭିତରୁ ତାଙ୍କର ମୃତଦେହ ଠାବ ହୋଇଛି । ତେବେ ତାଙ୍କର ମୃତ୍ୟୁ ହୋଇଛି ନା ଆତ୍ମହତ୍ୟା କରିଛନ୍ତି । ସେନେଇ ଖୋଲତାଡ଼ କରୁଛି ପୋଲିସ । ଏପିରିକି ୪ ଦିନ ତଳୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ସେପଟେ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ସହଯୋଗ ନେଇପାରେ ପୋଲିସ ।