ଅପରାଧ ରାଜ୍ୟ

ବନ୍ଦ କୋଠରୀରୁ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ସହ ପୋଲିସ୍‌କୁ ଗୋଡ଼ାଇ ଗୋଡ଼ାଇ ମାଡ଼

ନବରଙ୍ଗପୁର, ୧ ୯ /୭: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗୁଡ଼ା ଗାଁରେ ଏକ ବନ୍ଦ କୋଠରୀ ମଧ୍ୟରୁ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସ୍ୱାମୀ ଫେରାର୍ ହୋଇଯାଇଥିବା ବେଳେ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରି ଓଢଣୀରେ ଟାଙ୍ଗିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକ । ଅଭିଯୁକ୍ତକୁ ଗିରଫ କରାଗଲେ ହିଁ ମୃତଦେହର ପୋଷ୍ଟମଟମ୍ କରାଯିବ ବୋଲି ଦାବି କରିଛନ୍ତି ପରିବାର ଲୋକେ । ସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ପୋଲିସ୍‌ ମୁତୟନ କରାଯାଇଥିଲା ।

ପରେ ଡାବୁଗାଁ ପୋଲିସ୍ ଅଭିଯୁକ୍ତ ସୁଶିଲ ନାଗଙ୍କୁ ଗିରଫ କରି ନେବା ସମୟରେ ମୃତ ମହିଳାଙ୍କ ସମ୍ପର୍କୀୟମାନେ ଅଭିଯୁକ୍ତ ମାଡ ମାରିବା ପାଇଁ ଗୋଡାଇଥିଲେ । ଏହି ସମୟରେ ଅଭିଯୁକ୍ତକୁ ସୁରକ୍ଷା ଦେଇ ନେଉଥିବା IIC ଓ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତଦେହ ଉଠି ପାରିନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।