ଅପରାଧ ରାଜ୍ୟ

ବନ୍ଦ କାରଖାନା ଛାତରୁ ଖସି ଯୁଵକ ମୃତ: ଲୁହା ଚୋରି ପାଇଁ ଚଢ଼ିଥିବା ସନ୍ଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଜମପାଲିଠାରେ ବନ୍ଦ ପଡ଼ିଥିବା ଓସିଏଲ ଆଇରନ ଓ ଷ୍ଟିଲ କାରଖାନା ଛାତରୁ ଖସି ପଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ରାଜଗାଙ୍ଗପୁର ଅଞ୍ଚଳର ପୋଡ଼ସିଙ୍ଗଗ୍ରାମର ଚାମୁ ଟପ୍ପୋ ବୋଲି ଜଣାଯାଇଛି। କାରଖାନାଟି ୨ ବର୍ଷ ହେଲା ବନ୍ଦ ପଡ଼ିଥିବାବେଳେ ଯୁବକ ଛାତର ଲୁହା ଆଙ୍ଗେଲ ଚୋରି କରିବାକୁ ରାତିରେ ଚଢିଥିବା ବେଳେ ସମ୍ଭବତଃ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ଏବେ ରାଜଗାଙ୍ଗପୁରରେ ଚର୍ଚ୍ଚାର ବିଷୟ ହୋଇଛି।

ଅଆଜି ସକାଳେ ମୃତଦେହଟି କାରଖାନାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ରାଜଗାଙ୍ଗପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ୨୦୨୦ରୁ ବନ୍ଦ ପଡ଼ିଥିବା ଏହି କାରଖାନାରୁ ନିୟମିତ ଭାବେ ଲୌହ ସାମଗ୍ରୀ ଚୋରି ହେଉଥିବା ଅଭିଯୋଗ ରହିଛି। ୨ ବର୍ଷ ତଳେ କାରଖାନା ପରିସରରେ ଅନୁରୂପ ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।