ଅପରାଧ ଦେଶ ବିଦେଶ

ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ

ନୂଆଦିଲ୍ଲୀ: କେରଳରେ ଗତ ମାସ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ ହୋଇଛି। କେରଳର ମାଲାପୁରମ ଜିଲ୍ଲାର ଥିରୁନାଭାୟା ଓ ତିରୁର ଦେଇ ଏହି ଟ୍ରେନ ଯାଉଥିବାବେଳେ ଆକ୍ରମଣକାରୀମାନେ ଏଭଳି ଅଘଟଣ ଘଟାଇଛନ୍ତି। ପଥରଟି ସି- ୪ କୋଚରେ ବାଜିଛି। ଟ୍ରେନର କାଚ ଭାଙ୍ଗିଯାଇଛି। ରେଲୱେ ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ମାଲାପୁରମ ଜିଲ୍ଲା ପୁଲିସ ପକ୍ଷରୁ ତନାଘନା ଜାରି ରହିଛି। ଟ୍ରେନ ଉଦଘାଟନ ପରେ ତିରୁରରେ ରହିବ ବୋଲି ଘୋଷଣା କରାଯାଇଥିଲା।

କିନ୍ତୁ ପର ମୁହୂର୍ତ୍ତରେ ଏହା ବାତିଲ ହୋଇଯାଇ ସୋରନୁରରେ ରହିବ ବୋଲି ଜଣାପଡିବା ପରେ କଂଗ୍ରେସ ନେତୃତ୍ବାଧୀନ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଏଭଳି ଆକ୍ରମଣକୁ କେରଳ ବିଜେପି ମୁଖ୍ୟ କେ.ସୁରେନ୍ଦ୍ରନ ନିନ୍ଦା କରିଛନ୍ତି। ଏହା କେରଳ ପାଇଁ ଏକ ଲଜ୍ଜା ବୋଲି ସେ କହିଛନ୍ତି। ତେବେ ଆକ୍ରମଣକାରୀଙ୍କୁ ପୁଲିସ ଖୋଜି ବାହାର କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ