ଅପରାଧ ରାଜ୍ୟ

ବନବିଭାଗର ଚଢାଉ, ଲକ୍ଷାଧିକ ଟଙ୍କାର ଶାଗୁଆନ୍‌ କାଠ ଜବତ

ମାଲକାନଗିରି ୧୬।୦୬ : ବନବିଭାଗ ଚଢାଉ । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ୍‌ କାଠ ଜବତ । ମାଲକାନଗିରି ବନ ବିଭାଗ ତରଫରୁ ଏହି ଚଢାଉ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନବିଭାଗ ।

ଖବର ଅନୁଯାୟୀ, ଜିଲ୍ଲାର ଏମ.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରେ ଚୋରା କାଠ ରହିଥିବା ନେଇ ବନ ବିଭାଗକୁ ସୁଚନା ମିଳିଥିଲା । ଏହା ପରେ ମାଲକାନଗିରି ଡି.ଏଫ.ଓଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ବରେ ବନ ବିଭାଗରଏକ ସ୍ବତନ୍ତ୍ର ଟିମ୍ ଏମ.ଭି.୧୯ ଗାଁରେ ଅଚାନକ ଚଢାଉ କରିଥିଲା । ବଳରାମ ହିଆଲଙ୍କ ବାସ ଗୃହରୁ ବନ କର୍ମଚାରୀ ମାନେ ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟବାନ କାଠ ପଟ୍ଟା ଜବତ କରିଥିଲେ । ଯାହା ମଧ୍ୟରେ ରହିଛି ସାଗୁଆନ, ପିଆଶାଳ ଏବଂ ଜାମୋକୋଳି କାଠର ମୋଟ ୪୧ ଟି ସାଇଜ ଓ ୩୮ଟି କାଠ ପଟ୍ଟା । ଏହା ସହ ନିଜ ଘର ପଛ ପଟେ ଜମିରେ ଥିବା ଏକ ଘଙ୍ଗା ଘରେ ଲୁଚେଇ ରଖିଥିବା କାଠକୁ ମଧ୍ୟ ଜବତ କରିଛି ବନ ବିଭାଗ । ଅଭିଯୁକ୍ତ ବଳରାମ ହିଆଲଙ୍କୁ ବନ ବିଭାଗ ଗିରଫ କରି ଅଧିକ ପଚରା ଉଚରା କରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।