ରାଜ୍ୟ

ବଦଳୁଛି ପାଟକୁରା ଗଣିତ: ଅରବିନ୍ଦଙ୍କ ପାଇଁ ଆହ୍ବାନ ବେଶି

କେନ୍ଦ୍ରାପଡ଼ା: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ୍‌ ହେବା ପରେ ପାଟକୁରା ନିର୍ବାଚନମଣ୍ତଳୀ ବିଜେଡିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ବହୁ ଚର୍ଚ୍ଚିତ ଏହି ଆସନରୁ ଦଳ ଯଦି ତାଙ୍କୁ ଟିକେଟ୍‌ ଦିଏ, ତେବେ ବହୁଧା ବିଭକ୍ତ ବିଜେଡିର ସବୁ ଗୋଷ୍ଠୀଙ୍କୁ ଏକାଠି କରି ସାଙ୍ଗରେ ନେବା ତାଙ୍କ ପାଇଁ ବର୍ତ୍ତମାନ ସମୟର ସବୁଠୁ ବଡ଼ ଚାଲେଞ୍ଜ୍‌ ହୋଇପାରେ। ଅରବିନ୍ଦ ବିଜେଡିରେ ସାମିଲ ହୋଇସାରିଛନ୍ତି। ହେଲେ ଏଯାଏ ବ୍ଲକ୍‌ ସ୍ତରରେ ଦଳର ସାଙ୍ଗଠନିକ ପଦାଧିକାରୀ, କର୍ମୀ ଅଥବା ନିର୍ବାଚିତ ପ୍ରତିନିଧି ତାଙ୍କ ସହିତ ଯୋଡ଼ି ହେଇ ପାରିନାହାନ୍ତି। ଗତ ସପ୍ତାହରେ ଉଭୟ ଡେରାବିଶ ଓ ଗରଦପୁର ବ୍ଲକ୍‌ରେ ଅରବିନ୍ଦ ଠାକୁରଙ୍କ ଦର୍ଶନ ପାଇଁ ନିଜ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଗଲା ବେଳେ ଏଭଳି ସଙ୍କେତ ମିଳିଛି। ୨୬ଟି ପଞ୍ଚାୟତକୁ ନେଇ ଗଠିତ ଡେରାବିଶ ବ୍ଲକ୍‌ରେ ବିଜେଡି ଏବେ ଦୁଇ ଭାଗରେ ବିଭକ୍ତ। ଗୋଟିଏ ଗୋଷ୍ଠୀର ନେତୃତ୍ବ ବିଧାୟିକା ସାବିତ୍ରୀ ଅଗ୍ରଵାଲଙ୍କ ପ୍ରତିନିଧି ତଥା ପୁଅ ସ˚ଜୟ ଅଗ୍ରଵାଲ୍‌ ନେଉଛନ୍ତି। ଆଉ ଗୋଟିଏ ଗୋଷ୍ଠୀ ପୂର୍ବତନ ଡେରାବିଶ ପଞ୍ଚାୟତ ସମିତି ଅଧୢକ୍ଷ ସରୋଜକାନ୍ତ ସାହୁଙ୍କ ସହ ରହିଛି। କ୍ଷମତାକୁ ନେଇ ଏହି ଦୁଇ ଗୋଷ୍ଠୀ ମଧୢରେ ସବୁବେଳେ ଲଢେ଼ଇ ଦେଖିବାକୁ ମିଳିଥାଏ। ବର୍ତ୍ତମାନର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତୀ ମଳିକ ସରୋଜଙ୍କ ସମର୍ଥକ। ହେଲେ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ହେଉଛନ୍ତି ସ˚ଜୟଙ୍କ ଅନୁଗତ। ଏମିତିରେ ଉଭୟ ସ˚ଜୟ ଓ ସରୋଜ ବି ବିଜେଡିରୁ ବିଧାୟକ ଟିକେଟ ଆଶାୟୀ ଅଛନ୍ତି। କିନ୍ତୁ ବିଜେଡିରେ ଅରବିନ୍ଦଙ୍କ ପ୍ରବେଶ ପରେ ଉଭୟ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ସ˚ଶୟର ଅଛନ୍ତି। ସ˚ଜୟ ଏବେ ନିଜ ସମର୍ଥକମାନଙ୍କୁ ଧୈର୍ଯ୍ୟର ସହିତ ଶେଷଯାଏ ଅପେକ୍ଷା କରିବାକୁ କହୁଥିବା ବେଳେ ସରୋଜ ବି ମାପିଚୁପି ଗୋଟି ଚଳାଉଛନ୍ତି।

ଗତ ଶନିବାର ଦିନ ଡେରାବିଶ ବ୍ଲକ୍‌ର ପ୍ରସିଦ୍ଧ ଦଧିବାମନଜିଉ ଠାକୁରଙ୍କ ଦର୍ଶନ ପାଇଁ ଯାଇଥିଲେ ଅରବିନ୍ଦ। ଏଥିପାଇଁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଛତା ଓଲ୍‌ଡି ଛକରୁ ବାହାରିଥିବା ଏହି ଶୋଭାଯାତ୍ରାରେ ଯେଉଁମାନଙ୍କୁ ଦେଖିବାକୁ ମିଳିଥିଲା, ସେଥିରେ ଅଧିକା˚ଶ ବିଜୟଙ୍କ ସମର୍ଥକ ଥିଲେ। ହେଲେ ବିଜେଡିର ସା˚ଗଠନିକ ପଦାଧିକାରୀ ଅଥବା ବିଜେଡି ସମର୍ଥିତ ଅଧିକା˚ଶ ସରପଞ୍ଚ, ସମିତି ସଭ୍ୟଙ୍କୁ ଶୋଭାଯାତ୍ରାରେ ଦେଖିବାକୁ ମିଳି ନଥିଲା। ସ˚ଜୟ ଓ ସରୋଜ ଗୋଷ୍ଠୀର ସମର୍ଥକମାନେ ବି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ଅନୁରୂପ ଚିତ୍ର ଗରଦପୁର ବ୍ଲକ୍‌ରେ ବି ଦେଖିବାକୁ ମିଳିଥିଲା। ତଳକୁସୁମାସ୍ଥିତ ନିଜ ଗାଁରେ ଅରବିନ୍ଦ ମା’ ଆମ୍ବିଳେଇ ଠାକୁରାଣୀଙ୍କ ଦର୍ଶନ ବେଳେ ଗରଦପୁର ବ୍ଲକ୍‌ ବିଜେଡି ସା˚ଗଠନିକ ପଦାଧିକାରୀ, କର୍ମୀ ଅଥବା ଅଧିକା˚ଶ ସର˚ପଚ, ସମିତି ସଭ୍ୟଙ୍କ ଅନୁପସ୍ଥିତି ବାରି ହୋଇପଡ଼ିଥିଲା। ସବୁଠୁ ବଡ଼ କଥା ହେଉଛି ଏହି ବ୍ଲକ୍‌ରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଘର। ୧୭ ପଞ୍ଚାୟତ ବିଶିଷ୍ଟ ଗରଦପୁର ବ୍ଲକ୍‌ରେ ବିଜେଡିର ଗୋଟିଏ ଗୋଷ୍ଠୀ ସ˚ଜୟଙ୍କ ନିୟନ୍ତ୍ରଣରେ ଥିବା ବେଳେ ମନ୍ତ୍ରୀ ଶ୍ରୀ ନାୟକଙ୍କର ବି ଅନୁଗତ ଗୋଷ୍ଠୀ ରହିଛନ୍ତି। ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କର ଗୋଟିଏ ଗୋଷ୍ଠୀ ସକ୍ରିୟ ଅଛନ୍ତି। ପୂର୍ବରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ସ˚ଜୟ ଓ ରାଜେଶଙ୍କ ମିଳିତ ଗୋଷ୍ଠୀ ବିରୋଧରେ ଅତନୁଙ୍କ ଅନୁଗତ ଗୋଷ୍ଠୀର ଲଢେ଼ଇ ହୋଇଥିଲା। ବିଜୟଙ୍କ ସମର୍ଥକ ଗୋଷ୍ଠୀ ସମର୍ଥନ ଦେବାରୁ ମିଳିତ ଗୋଷ୍ଠୀ ପଞ୍ଚାୟତ ସମିତି ଅଧୢକ୍ଷ ପଦ ହାତେଇ ଥିଲେ। ସେହିପରି ମାର୍ଶାଘାଇର ୬ଟି ପଞ୍ଚାୟତରେ ସ˚ଜୟ ଓ ଅତନୁଙ୍କ ସମର୍ଥକ ଗୋଷ୍ଠୀ ରହିଛନ୍ତି। ଏସବୁ ଗୋଷ୍ଠୀଙ୍କୁ ନିଜ ସହ ନେବା ଅରବିନ୍ଦଙ୍କ ପାଇଁ ଏକପ୍ରକାର ଆହ୍ବାନ ପାଲଟିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।