ରାଜ୍ୟ ସ୍ପେଶାଲ ରିପୋର୍ଟ

ବଦଳୁଛି କେନ୍ଦ୍ରାପଡ଼ା ଚିତ୍ର: ବିରୋଧୀ ଶିବିରରେ ନାହାନ୍ତି ପ୍ରଭାବୀ ନେତା

କେନ୍ଦ୍ରାପଡ଼ା: ବଦଳୁଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ଦୃଶ୍ୟପଟ। ବିରୋଧୀ ଶିବିରରୁ ଜଣକ ପରେ ଜଣେ ନେତା ଦଳ ଛାଡ଼ି ବିଜେଡିରେ ସାମିଲ୍‌ ହେଉଛନ୍ତି ଅଥବା ଦଳୀୟ ରାଜନୀତିରୁ ଦୂରେଇ ଯାଉଛନ୍ତି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନିଷ୍କ୍ରିୟ। ପୂର୍ବତନ ସା˚ସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧୢକ୍ଷ ବୈଜୟନ୍ତ ପଣ୍ତା ଜିଲ୍ଲା ରାଜନୀତିରୁ ଦୂରେଇ ଗଲେଣି। ପୂର୍ବତନ ଜିଲ୍ଲା କ˚ଗ୍ରେସ ସଭାପତି ଅ˚ଶୁମାନ ମହାନ୍ତି ଇତିମଧୢରେ ବିଜେଡିରେ ସାମିଲ୍‌ ହେଇସାରିଛନ୍ତି। ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ନିକଟରେ ଶଙ୍ଖ ଫୁଙ୍କି ସାରିଥିବା ବେଳେ ବରିଷ୍ଠ କ˚ଗ୍ରେସ ନେତା ଗଣେଶ୍ବର ବେହେରାଙ୍କ ଉପରେ ବିଜେଡିର ନଜର ଥିବା କୁହାଯାଉଥିବାରୁ ଜିଲ୍ଲାରେ ଏବେ ବିରୋଧୀ ଦଳରେ ପ୍ରଭାବୀ ନେତାଙ୍କ ଖୋଜା ପଡ଼ିଲାଣି। ପ୍ରଥମେ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ କଥା ବିଚାରକୁ ନିଆଯାଉ। ଯଦିଓ ସେ ଏବେ ବି ବିଜେପିରେ ଅଛନ୍ତି, କିନ୍ତୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ। ୨୦୧୯ ପାଟକୁରା ଉପ ନିର୍ବାଚନରେ ହାରିବା ପରଠୁ ବିଜୟ ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖି ଆସୁଥିଲେ। ଏବେ ତାଙ୍କ ପୁଅ ଅରବିନ୍ଦଙ୍କ ବିଜେଡିରେ ଯୋଗଦାନ ଆଉ ପାଟକୁରା ବିଧାନସଭା ଆସନରୁ ଦଳୀୟ ଟିକେଟ୍‌ରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ହେବାପରେ ବିଜୟ ଆଉ ଜିଲ୍ଲା କିମ୍ବା ପାଟକୁରାରେ ବିରୋଧୀ ଦଳର ବଡ଼ ଚେହେରା ହୋଇ ରହିନାହାନ୍ତି। ସେହିପରି ବୈଜୟନ୍ତଙ୍କୁ ବି ଜିଲ୍ଲା ରାଜନୀତିରେ ଆଉ ସକ୍ରିୟ ଭାବେ ଦେଖିବାକୁ ମିଳୁ ନାହିଁ। ଯଦିଓ ଜିଲ୍ଲା ବିଜେପି ସଙ୍ଗଠନ ତାଙ୍କ ନିୟନ୍ତ୍ରଣରେ ଏବେବି ରହିଛି, କିନ୍ତୁ ଉତ୍ତରପ୍ରଦେଶ ଲୋକସଭା ଦାୟିତ୍ବ ଦଳ ଦେବା ପରଠୁ ସେ ଆଉ କେନ୍ଦ୍ରାପଡ଼ାରେ ଦଳୀୟ ରାଜନୀତିରେ ବିଶେଷ ମୁଣ୍ତ ପୂରାଉନାହାନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଏଥର ସେ ଲଢ଼ି ନ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଅ˚ଶୁମାନ ଜିଲ୍ଲା କ˚ଗ୍ରେସ ରାଜନୀତିରେ ଅନ୍ୟତମ ଟାଣୁଆ ନେତା ଥିଲେ। ଭେଟେରାନ୍‌ ନେତା ଦିବଙ୍ଗତ ନଳିନୀ ମହାନ୍ତିଙ୍କ ପୁଅ ହେଇଥିବା ଦୃଷ୍ଟିରୁ ରାଜନଗର ନିର୍ବାଚନମଣ୍ତଳୀରେ ତାଙ୍କର ଅଖଣ୍ତ ପ୍ରଭାବ ଆଉ ପତିଆରା ରହିଛି। ମାତ୍ର ତାଙ୍କର ବିଜେଡିରେ ଯୋଗଦାନ ସହିତ ବିରୋଧୀ ରାଜନୀତିରୁ ଆଉ ଜଣଙ୍କ ନାଁ ଲିଭିଗଲା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଜିଲ୍ଲାର ବଡ଼ କ˚ଗ୍ରେସ ନେତା ହୋଇଥିବା ବେଳେ ତାଙ୍କର ବିଜେଡିରେ ଯୋଗଦାନକୁ ନେଇ ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟୁ ନାହିଁ। ଯେବେଠୁ ଅ˚ଶୁମାନ କ˚ଗ୍ରେସ ଛାଡ଼ିଲେଣି, ସେବେଠୁ ଗଣେଶ୍ବରଙ୍କ ବିଜେଡିରେ ଯୋଗଦାନକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ନିଜେ ଗଣେଶ୍ବର ଏହାକୁ ଖଣ୍ତନ କରି ଆସୁଥିବା ବେଳେ କେନ୍ଦ୍ରାପଡ଼ାରେ କିନ୍ତୁ ଏହାକୁ ନେଇ ସସପେନ୍ସ ଜାରି ରହିଛି। ଆଳିରେ ବିରୋଧୀ ଦଳ କହିଲେ କ˚ଗ୍ରେସକୁ ବୁଝାଏ। ଏହି ଆସନରେ ବିଜେଡି-କ˚ଗ୍ରେସ ଲଢେ଼ଇ ହୁଏ। ବିଜେଡିକୁ ହରାଇ ୨୦୧୪ରୁ ୨୦୧୯ଯାଏ ବିଧାୟକ ଥିଲେ କ˚ଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମା। ମାତ୍ର ସ୍ବାସ୍ଥ୍ୟଗତ କାରଣରୁ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି। ଏଥିପାଇଁ ସେ ନିଜ ଝିଅଙ୍କୁ ରାଜନୀତିକୁ ଆଣିଛନ୍ତି। ଉଚ୍ଚଶିକ୍ଷିତା ତାଙ୍କ ଝିଅ ସରକାରୀ ଡାକ୍ତରୀ ଚାକିରି ଛାଡ଼ି କ˚ଗ୍ରେସରୁ ନିଜ ରାଜନୈତିକ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। ସୁତରା˚ ଶ୍ରୀ ଶର୍ମାଙ୍କ ଭଳି ଅଭିଜ୍ଞ ଓ ଅନୁଭବୀ ନେତାଙ୍କୁ ଆଉ ଆଗାମୀ ଦିନରେ କ˚ଗ୍ରେସ ରାଜନୀତିରେ ସେତେଟା ସକ୍ରିୟ ଦେଖିବାକୁ ମିଳିବ ନାହିଁ। ମହାକାଳପଡ଼ାରେ ବିଜେପି ନେତା ବିଜୟ ପ୍ରଧାନ ଗତ ନିର୍ବାଚନରେ ଯେଉଁଭଳି ବିଜେଡି ବିରୋଧରେ ଲଢେ଼ଇ କରିଥିଲେ, ତାହା ରାଜନୈତିକ ମହଲକୁ ବିସ୍ମିତ କରିଦେଇଥିଲା। ମାତ୍ର ତାଙ୍କର ବିୟୋଗ ସହିତ ଦଳ ଜଣେ ଅନୁଭବୀ ନେତାଙ୍କୁ ହରାଇ ସାରିଛି। ଏ ସବୁ ଘଟଣା ହିଁ ବୟାନ କରୁଛି ଯେ ଜିଲ୍ଲାରେ ପ୍ରଭାବୀ ନେତାଙ୍କ ଅଭାବ କିଭଳି ଅନୁଭୂତ ହେଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।