ଭୁବନେଶ୍ବର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଚଳିତ ମାସ ୩୧ ତାରିଖ ସୁଦ୍ଧା ବଦଳି ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିସନ୍ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତା’ ପୂର୍ବରୁ ପ୍ରାଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏକାଥରକେ ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କର ବଦଳି ହୋଇଛି। ମୋଟ ୩୮ଜଣ ଆଇଏଏସ୍ଙ୍କ ସମେତ ୪୧ଜଣ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ବରେ ପରିବର୍ତ୍ତନ ହୋଇଛି। ସରକାରୀ ବିଜ୍ଞପ୍ତି ଅନୁସାରେ, ଦକ୍ଷିଣାଞ୍ଚଳ ଆର୍ଡିସି ତେମଜେନୱାପଙ୍ଗ ଆଓଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଭାବେ ବଦଳି କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କେନ୍ଦ୍ରାଞ୍ଚଳ ଆର୍ଡିସି ଭାବେ ଏବେ କାର୍ଯ୍ୟ କରିବେ। ଶ୍ରୀ ଦାସ ଦକ୍ଷିଣାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଅତିରିକ୍ତ ସଚିବ ପାହ୍ୟା ସହ ଶ୍ରୀମନ୍ଦିର ଦାୟିତ୍ବ ଦିଆଯାଇଛି। ସେ ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିବେ। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲଘୁ ଖଣିଜ ନିର୍ଦ୍ଦେଶକ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ, କଟକ ମହାନଗର ନିଗମ(ସିଏମସି) କମିସନର ନିଖିଳ ପବନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ, ରାଜ୍ୟ ନିର୍ବାଚନ କମିସନ(ଏସ୍ଇସି) ସଚିବ ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ, ବରଗଡ଼ ଜିଲ୍ଲାପାଳ ଥିବା ମନୀଷା ବାନାର୍ଜୀଙ୍କୁ ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି।
ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ନୟାଗଡ଼ ଜିଲ୍ଲାପାଳ, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସିଏମ୍ସି କମିସନର, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମସଚିବ ଭାବେ ବଦଳି କରାଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତରଙ୍କୁ ଅନୁଗୁଳ ଜିଲ୍ଲାପାଳ, କେନ୍ଦ୍ରାପଡା ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ଶ୍ରମ କମିସନର, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ଯୁଗ୍ମ ସଚିବ, ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂହଙ୍କୁ କେନ୍ଦୁଝର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ରାଉରକେଲା ମହାନଗର ନିଗମ(ଆରଏମ୍ସି) କମିସନର ଶୁଭଙ୍କର ମହାପାତ୍ରଙ୍କୁ ଯାଜପୁର ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ) କୀର୍ତ୍ତି ଭାସନଙ୍କୁ କୋରାପୁଟ ଜିଲ୍ଲାପାଳ, ଭୁବନେଶ୍ବର ମହାନଗର ନିଗମ(ବିଏମସି) ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) କମିସନର ଜେ ସୋନାଲଙ୍କୁ ବୌଦ୍ଧ ଜିଲ୍ଲାପାଳ, ମୟୂରଭଞ୍ଜ ଏଡିଏମ୍ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ସମ୍ୱଲପୁର ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି। ସେହିପରି ବରଗଡ଼ ଜିଲ୍ଲା ପରିଷଦ ସିଡିଓ ଆଦିତ୍ୟ ଗୋୟଲଙ୍କୁ ବରଗଡ଼ ଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲା ପରିଷଦ ସିଡିଓ ଅନ୍ୟା ଦାସଙ୍କୁ ସୋନପୁର ଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସିଡିଓ ମନୋଜ ସତ୍ୟାବାନ ମହାଜନଙ୍କୁ ରାୟଗଡା ଜିଲ୍ଲାପାଳ, କଳାହାଣ୍ଡି ଜିଲ୍ଲା ପରିଷଦ ସିଡିଓ ପାୱାର ସଚିନ ପ୍ରକାଶଙ୍କୁ ମାଲକାନଗିରି ଜିଲ୍ଲାପାଳ, କୋରାପୁଟ ଜିଲ୍ଲା ପରିଷଦ ସିଡିଓ ଗୌରବ ଶିବାଜୀ ଇସାଲୱାରଙ୍କୁ ବଲାଙ୍ଗୀର ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ କୁଲକର୍ଣ୍ଣି ଆଶୁତୋଷଙ୍କୁ ରାଉରକେଲା ମହାନଗର ନିଗମ କମିସନର ସହ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ର ସିଇଓ, ରାଉରକେଲା ଏଡିଏମ୍ ଏବଂ ଆର୍ଡିଏର ସଚିବ ଭାବେ ଅତିରିକ୍ତ ଦାୟିତ୍ବ। ବାଲିଗୁଡା ଉପଜିଲ୍ଲାପାଳ ମଧୁମିତାଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିସନର, କୁଚିଣ୍ଡା ଉପଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କୁ ମୟୂରଭଞ୍ଜ ଏଡିଏମ୍ ଭାବେ ବଦଳି କରାଯାଇଛି।
ତିନି ଜିଲ୍ଲାରେ ଜିଲ୍ଲାପାଳ ଥିବା ତିନି ବରିଷ୍ଠ ଓଏଏସ୍ ଅଧିକାରୀଙ୍କର ମଧ୍ୟ ବଦଳି ହୋଇଛି। ସୋନପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଇପିଏମ୍ର ନିର୍ଦ୍ଦେଶକ, ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ, କଟକ ଜିଲ୍ଲାପାଳ ନରହରି ସେଠୀଙ୍କୁ ଜଳ ଯୋଗାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।
ଏହାବ୍ୟତୀତ ୨୦୨୧ ବ୍ୟାଚ୍ର ଆଇଏଏସ୍ ଧୀନା ଦସ୍ତଗିରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ, ରୀନା ପ୍ରଧାନଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, ପ୍ରଥମେଶ ଅରବିନ୍ଦ ରାଜେଶିଖରେଙ୍କୁ ବାଲେଶ୍ବର ଉପଜିଲ୍ଲାପାଳ, କିରଣଦୀପ କୌର ସହୋତାଙ୍କୁ ଗୁଣୁପୁର ଉପଜିଲ୍ଲାପାଳ, ରେହାନ ଖତରିଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ, ଧୀମନ ଚକ୍ମାଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।