ରାଜ୍ୟ ସ୍ପେଶାଲ ରିପୋର୍ଟ

ବଦଳିଲା ସାହିତ୍ୟ ଏକାଡେମି ପୁରସ୍କାର ନିୟମ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ୨୦୧୭ରୁ ୨୦୨୩ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ପୁସ୍ତକ ଆହ୍ବାନ ବିଜ୍ଞପ୍ତିରେ କିଛି ନିୟମ ପରିବର୍ତ୍ତନ କରି ଏକାଡେମି ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ‘ସରସ୍ବତୀ ସମ୍ମାନ’ ପାଇଥିବା ପୁସ୍ତକ ଏକାଡେମି ପୁରସ୍କାର ଚୟନ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ଏଥିସହ ଆଇଏସ୍‌ବିଏନ୍‌ ଲିପିବଦ୍ଧ ନଥିବା ପୁସ୍ତକ ପୁରସ୍କାର ପ୍ରକ୍ରିୟାରେ ସାମିଲ ହୋଇପାରିବ ନାହିଁ ବୋଲି ଥିବା ନିୟମକୁ ମଧ୍ୟ ଏକାଡେମି ଉଚ୍ଛେଦ କରିଛି। ଆଇଏସ୍‌ବିଏନ୍‌ ନମ୍ବର ନଥିଲେ ମଧ୍ୟ ପୁସ୍ତକଟି ଏକାଡେମି ପୁରସ୍କାର ଚୟନ ପ୍ରକ୍ରିୟାରେ ସାମିଲ ହୋଇପାରିବ ବୋଲି ସଂଶୋଧିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ଦୀର୍ଘ ଦିନର ଆଇନଗତ କଟକଣା ଉଠିବା ପରେ ଗତ ୨୨ ତାରିଖରେ ଏକାଡେମି ପକ୍ଷରୁ ୨୦୧୭ରୁ ୨୦୨୩ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ପୁସ୍ତକ ଆହ୍ବାନ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପୁସ୍ତକକୁ ଏହି ପୁରସ୍କାର ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯିବ ବୋଲି ଉଲ୍ଲେଖ କହିଥିଲା। ‘ଜ୍ଞାନପୀଠ ପୁରସ୍କାର’ ଓ ‘ସରସ୍ବତୀ ସମ୍ମାନ’ ଉଭୟ ଦୁଇଟି ଘରୋଇ ସଂସ୍ଥା ଯଥାକ୍ରମେ ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ ଗ୍ରୁପ୍‌’ ଓ ‘ହିନ୍ଦୁସ୍ଥାନ ଟାଇମ୍‌ସ୍‌ ଗ୍ରୁପ୍‌’ ପକ୍ଷରୁ ଦିଆଯାଉଥିବା ଘରୋଇ ସମ୍ମାନ ହୋଇଥିବା ବେଳେ ଉଭୟର ପୁରସ୍କାର ରାଶି ପାଖାପାଖି ସମାନ ରହିଛି। ଏଣୁ ପୁରସ୍କାର ଚୟନ ପ୍ରକ୍ରିୟାରୁ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପୁସ୍ତକ ବାଦ୍‌ ପଡ଼ିବା ଓ ସରସ୍ବତୀ ସମ୍ମାନ ପୁରସ୍କାରପ୍ରାପ୍ତ ପୁସ୍ତକ ସାମିଲ କରାଯିବାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା। ଆଜି ଏକାଡେମି ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି।

ସେହିଭଳି କେବଳ ଆଇଏସ୍‌ବିଏନ୍‌ ନମ୍ବର ଥିବା ପୁସ୍ତକ ହିଁ ଏହି ପୁରସ୍କାର ପ୍ରକ୍ରିୟାରେ ସାମିଲ ହେବା ପାଇଁ କରାଯାଇଥିବା ନିୟମକୁ ନେଇ ପ୍ରତିବାଦର ସ୍ବର ଉଠିଥିଲା। ପୁସ୍ତକର ଗୁଣାତ୍ମକ ମାନକୁ ଦେଖି ପୁରସ୍କାର ଦିଆଯାଉଥିବା ବେଳେ ଆଇଏସ୍‌ବିଏନ୍‌ ଭଳି ନମ୍ବରକୁ ବାଧ୍ୟତାମୂଳକ ନିୟମ ଅତ୍ୟନ୍ତ ଅବାସ୍ତବ ଥିଲା। ଅଧିକାଂଶ ଗ୍ରାମୀଣ ଲେଖକ ଆଇଏସ୍‌ବିଏନ୍‌ ଭଳି ନମ୍ବର ସମ୍ପର୍କରେ ଅଜ୍ଞ। ଅନ୍ୟପଟେ ପ୍ରକାଶକମାନେ ଜାଲି ଆଇଏସ୍‌ବିଏନ୍‌ ନମ୍ବର ବ୍ୟବହାର କରି ପୁସ୍ତକ ଛାପୁଥିବାରୁ ଏହା ଲେଖକଙ୍କ ସମ୍ମାନ ହାନି କରିବାର ବି ଭୟ ରହୁଛି। ଏଣୁ ଆଇଏସ୍‌ବିଏନ୍‌ ଭଳି ନମ୍ବର ବାଧ୍ୟତାମୂଳକକୁ ନେଇ ଅନେକ ସାହିତ୍ୟିକ କ୍ଷୋଭ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ‘ସମ୍ବାଦ’ରେ ଲଗାତର ଖବର ପ୍ରକାଶ ପାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।