କଳା ଓ ସଂସ୍କୃତି ରାଜ୍ୟ

ବଦଳିଲା ଜଗା ଦର୍ଶନ ସମୟ: ଏଣିକି ରାତି ୮ଟା ୩୦ ଯାଏଁ ଶ୍ରୀମନ୍ଦିର ଖୋଲା

ପୁରୀ: କରୋନା କାଳରେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଛି ବଡ଼ ଖବର । ଶ୍ରୀମନ୍ଦିର ଏଣିକି ରାତି ୮ଟା ୩୦ ଯାଏଁ ଖୋଲା ରହିବ । ନାଇଟ୍ କର୍ଫ୍ୟ ଲାଗୁ ହେବାକୁ ଥିବାରୁ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି । ଏହା ପୂର୍ବରୁ ରାତି ୯ଟା ୩୦ ଯାଏଁ ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କ ଦର୍ଶନ କରିପାରୁଥିଲେ । ପାଇଟ୍ କର୍ଫ୍ୟୁ ପାଇଁ ସମୟ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂନଚା ଦେଇଛନ୍ତି । ଏହା ସହିତ ଆଜି ଅପରାହ୍ନରେ ଛତିଶାନିଯୋଗ ବୈଠକ ବସିବ ।

ତେବେ ରାଜ୍ୟରେ କରୋନା ସହିତ ଓମିକ୍ରନ ବଢ଼ିବାରେ ଲାଗିଛି । ଜାନୁଆରୀ ମାସର ଗାଇଡଲାଇନ୍ ଆଜିଠାରୁ ଲାଗୁ ହେବ । ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏ ଜାରି ରହିବ କର୍ଫ୍ୟୁ କଟକଣା । ଦୋକାନ ବଜାର, ସପିଙ୍ଗ୍‌ ମଲରେ ଭିଡ଼ ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନ କଲେ ୭ ଦିନ ପାଇଁ ମଲ୍‌, ଦୋକାନ ବନ୍ଦ ହେବ । ରାସ୍ତାକଡ଼ ଦୋକାନରେ, ସର୍ବାଧିକ ୫ ଗ୍ରାହକ ରହିବେ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଆଜି ଠାରୁ ୫୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ । ଏହି ସମୟରେ ମୋବାଇଲ ଓ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,