ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବଦଳିବ ସରକାରୀ ଆଇଟିଆଇ ରୂପ, ଛାତ୍ରଛାତ୍ରୀଙ୍କୁ ମାଗଣା ୱାଇଫାଇ

ଭୁବନେଶ୍ବର : ୪୯ଟି ସରକାରୀ ଆଇଟିଆଇରେ ଭିତ୍ତିଭୂମି ବିକାଶ ଦିଗରେ ରାଜ୍ୟ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ କ୍ୟାମ୍ପସରେ ମାଗଣା ୱାଇଫାଇ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭଳି ମହାମାରୀ ସମୟରେ ଯେପରି ଅନ୍‌ଲାଇନ୍‌ କ୍ଲାସ ମାଧ୍ୟମରେ ପିଲାମାନେ ପଢ଼ିପାରିବେ ତାହାକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି। ପ୍ରଶିକ୍ଷକମାନଙ୍କ ଦ୍ବାରା ଡିଜିଟାଲ୍ ବିଷୟବସ୍ତୁର ସର୍ବୋଚ୍ଚ ଉପଯୋଗିତା ସମ୍ପର୍କରେ ସମସ୍ତ ଆଇଟିଆଇ ଅଧ୍ୟକ୍ଷ ନିଶ୍ଚିତ କରିବେ, ଯାହାକି ନିର୍ଦ୍ଦେଶାଳୟର ଡ୍ୟାସ୍‌ବୋର୍ଡରେ ଉପଲବ୍ଧ ରହିଛି। ପ୍ରଶିକ୍ଷକମାନେ ସମସ୍ତ ଅନଲାଇନ୍ କ୍ଲାସ୍ ନିଜ ନିଜ ଆଇଟିଆଇର ସ୍ମାର୍ଟ/ଲାଇଫ୍ ସ୍କିଲ୍ କ୍ଲାସ୍‌ରୁମରେ ଗ୍ରହଣ କରିବେ।

ବର୍ତମାନ ସମୟରେ ରାଜ୍ୟର ୭ଟି ଆଇଟିଆଇ ଯଥା ବୈଦ୍ଧ, ଏମ୍‌ଆଇଟିଆଇ, ଯାଜପୁର, ଫୁଲବାଣୀ, ଭବାନୀପାଟଣା, ଖରିଆର ରୋଡ ଓ ଖରିଆର ଆଇଟିଆଇର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। ତେଣୁ ଏହାର ଅଧ୍ୟକ୍ଷମାନେ ପଦ‌କ୍ଷେପ ଗ୍ରହଣ କରିବେ। ଭିତ୍ତିଭୂମି ବିକାଶ ଲାଗି ପ୍ରଦାନ କରାଯାଇଥିବା ୭ କୋଟି ୩୫ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର (ୟୁସି) ମେ’ ୩୧ ସୁଦ୍ଧା ଦାଖଲ କରିବେ। ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ହଷ୍ଟେଲ, ଆବାସିକ କ୍ୟାମ୍ପସ, ଏକାଡେମିକ୍ ବ୍ଲକ, କର୍ମଶାଳା, ପ୍ରଶାସନିକ ବିଲ୍ଡିଂରେ ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ। କ୍ୟାମ୍ପସରେ ଇଣ୍ଟରନେଟ୍ କ୍ଷମତାକୁ ୫୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅଧ୍ୟକ୍ଷମାନେ ସୁନିଶ୍ଚିତ କରିବେ। ଏବାବଦରେ ଖର୍ଚ୍ଚ ଦେବାକୁ ଥିବା ୫ କୋଟି ୪୦ ଲକ୍ଷ ଟଙ୍କାର ୟୁସି ଜୁନ୍‌ ୩୦ ସୁଦ୍ଧା ଦାଖଲ କରିବେ। ମେ’ ୩୦ ସୁଦ୍ଧା ସମସ୍ତ ଅଧ୍ୟକ୍ଷମାନେ ସମସ୍ତ କ୍ରୟ ପ୍ରକ୍ରିୟା ଶେଷ କରିବେ ଏବଂ ୟୁସି ଦାଖଲ କରିବେ।

ଆଇଟିଆଇ ଲାଇବ୍ରେରିଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହେବ। ୨୦୨୦-୨୧ରେ ଆଇଟିଆଇ ଫେଷ୍ଟ ହେଡ୍‌ରୁ ୩୮ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଲାଇବ୍ରେରିକୁ ମଜବୁତ କରିପାରିବେ। ଏହାଦ୍ବାରା ପାଠ୍ୟପୁସ୍ତକ ବାହାରେ ତାଲିମପ୍ରାପ୍ତ ଛାତ୍ରଛାତ୍ରୀ ପଢ଼ିବା ଅଭ୍ୟାସକୁ ବଢ଼ାଇ ପାରିବେ। ଅଧ୍ୟକ୍ଷମାନେ ଏଦିଗରେ ପଦକ୍ଷେପ ନେବା ସହ ଏପ୍ରିଲ ୩୦ ମଧ୍ୟରେ କିଣାଯାଇଥିବା ପୁସ୍ତକ ତାଲିକା ସହ ୟୁସି ଦାଖଲ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଯେତେଶୀଘ୍ର ସମ୍ଭବ ବାକି ରହିଥିବା ୫ଟି ଆଇଟିଆଇର ଅଧ୍ୟକ୍ଷମାନେ ଭୁବନେଶ୍ବର ଆଇଟିଆଇରୁ ଆଇଟିଆଇ ଫେଷ୍ଟ ୟୁନିଫର୍ମ ଗ୍ରହଣ କରିବେ। ୨୦୨୦-୨୧ ମଧ୍ୟରେ କ୍ରୀଡ଼ା ସାମଗ୍ରୀ କ୍ରୟ ପାଇଁ ଅନୁମୋଦିତ ୪୨ ଲକ୍ଷ ଟଙ୍କାର ଖର୍ଚ୍ଚ ତାଲିକା ସହ ୟୁସି ଆସନ୍ତା ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି