ରାଜ୍ୟ

ବଦଳିବେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି: ଏଥର ବିରଜା, ରାଧା ନା ଦିଲୀପ?

କେନ୍ଦୁଝର : ବିଜେପିର ରାଜ୍ୟ ସଭାପତି ଭାବେ ମ‌ନମୋହନ ସାମଲ ଦାୟିତ୍ବ ନେବା ପରେ ଏବେ ଜିଲ୍ଲା ସଂଗଠନ ଗୁଡ଼ିକରେ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ଯଦି ଏଭଳି ହୁଏ, ତେବେ କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ବଦଳିବେ। ନୂଆ ଜିଲ୍ଲା ବିଜେପି ସଭାପତି ଦୌଡ଼ରେ ଦଳର ବରିଷ୍ଠ ନେତା ତଥା ଆଇନଜୀବୀ ବିରଜା ମିଶ୍ର ସବୁଠୁ ଆଗ‌ରେ ରହିଛନ୍ତି। ଶ୍ରୀ ମିଶ୍ର ତର୍କ ପାଇଁ ଚର୍ଚ୍ଚିତ ଜଣେ ବରିଷ୍ଠ ଆଇନଜୀବୀ। ଶାସକ ଦଳକୁ ନିର୍ବାଚନ ସମୟରେ ତଥ୍ୟ ସହ ଆକ୍ରମଣ କରିବାରେ ଅନ୍ୟ ନେତାଙ୍କ ଅପେକ୍ଷା ବିରଜା‌ ଅଧିକ ସହାୟକ ହୋଇପାରନ୍ତି ବୋଲି ଦଳର ରାଜ୍ୟ ନେତୃତ୍ବ ଆକଳନ କରୁଥିବା ଜଣାଯାଇଛି। ତାଙ୍କ ଛଡ଼ା ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ବଡ଼ବିଲର ପୂର୍ବତନ ପୌରାଧ୍ୟକ୍ଷ ଦିଲୀପ ମିଶ୍ର ମଧ୍ୟ ଏହି ଦୌଡ଼ରେ ଥିବା ସୂଚନା ମିଳିଛି।

ସେହିପରି ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତଙ୍କ ନାମ ମଧ୍ୟ ପୁଣି ଏହି ତାଲିକାରେ ଥିବା କୁହାଯାଉଛି। ଶ୍ରୀ ମହାନ୍ତ ପୂର୍ବରୁ ଜିଲ୍ଲା ସଭାପତି ଥିବା ବେଳେ ନିଜର ଆନ୍ଦୋଳନାତ୍ମକ ଆଭିମୁଖ୍ୟ ପାଇଁ ଚର୍ଚ୍ଚା‌ରେ ରହିଥିଲେ। ଏବେ କେନ୍ଦୁଝର ଜିଲ୍ଲାରେ ମହାନ୍ତ ବା କୁଡ଼ୁମି ସମ୍ପ୍ରଦାୟଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଥିବାରୁ ଶ୍ରୀ ମହାନ୍ତଙ୍କୁ ଏହି ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ଅନ୍ୟ ପକ୍ଷରେ, ବଡ଼ବିଲର ପୂର୍ବତନ ପୌରାଧ୍ୟକ୍ଷ ଦିଲୀପ ମିଶ୍ରଙ୍କ ସାଂଗଠନିକ ଦକ୍ଷତା ସାଙ୍ଗକୁ ଦଳ ପରିଚାଳନାର କ୍ଷମତା ତାଙ୍କୁ ଏହି ସୁଯୋଗ ଦେଇପାରେ ବୋଲି ମଧ୍ୟ କୁହାଯାଉଛି। ଆଉ କିଛିମାସ ପରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ। ବିଜେପିର ରାଜ୍ୟ ନେତୃତ୍ବ ଅତ୍ୟନ୍ତ ସତର୍କତାର ସହ ଜିଲ୍ଲା ସଭାପତି ଚୟନ କରୁଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ବହୁ ନେତା ଏହି ପଦବି ପାଇଁ ଲବି ଆରମ୍ଭ କରିଦେଇଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।