ପୁରୀ ୦୧।୦୫: ବଢୁଛି କରୋନା ସଂକ୍ରମଣ। ସାରା ବିଶ୍ୱରେ କାୟାବିସ୍ତାର କରିଛି କରୋନାର ଦ୍ୱିତୀୟ ଲହର। ସଂକ୍ରମଣକୁ ରୋକିବା ନେଇ ସରକାର ଉଦ୍ୟମ ଜାରି ରଖିଛନ୍ତି। ସେପଟେ ବିଭିନ୍ନ ସମୟରେ କରୋନାକୁ ନେଇ ବାଲୁକାକୃତି ଜରିଆରେ ଲୋକଙ୍କୁ ସଚେତନ କରାଉଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ପୁରୀ ସୁବର୍ଣ୍ଣ ବେଳାଭୂମିରେ ଗଢିଥିବା ବାଲୁକାକୃତିରେ ଘରେ ରୁହନ୍ତୁ ଏବଂ ଭ୍ୟାକ୍ସିନ୍ ନିଅନ୍ତୁ ବୋଲି ସଚେତନ କରାଇଛନ୍ତି। ବାଲୁକାକୃତି ଜରିଆରେ ମୁହଁରେ ସଠିକ୍ ଭାବେ ମାସ୍କ ପିନ୍ଧିବା, ୬ଫୁଟର ସାମାଜିକ ଦୂରତା ମାନିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସୁଦର୍ଶନ। ଏହିସବୁ ନିୟମ ମାନିଲେ ଭାରତ ନିଶ୍ଚିତ ଭାବେ କରୋନା ସହ ଲଢିବ ଆଉ ଜିତିବ ବୋଲି ବାଲୁକାକୃତି ଜରିଆରେ ଏଭଳି ବାର୍ତ୍ତା ଦେଇଛନ୍ତି।