ଭୁବନେଶ୍ବର ୨୨।୦୩ : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ଆକ୍ସନମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୋଭିଡ଼ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ଉନ୍ନୟନ କମିଶନର ,ସ୍ବାସ୍ଥ୍ୟ ସଚିବ, ଡ଼ିଏମଇଟି ଓ କିଛି ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି ।
ରାଜ୍ୟରେ ଏବେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲଗାତର ଦୁଇ ଦିନ ଧରି ସଂକ୍ରମିତଙ୍କ ୧୦୦ପାର୍ ହେଉଥିବା ବେଳେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇଥିଲା । କିନ୍ତୁ ଆଜି ପୁଣି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଯାହାକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ରାଜ୍ୟସରକାର । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ରାଜ୍ୟରେ ବଢୁଥିବା କୋଭିଡ଼ ସ୍ଥିତିକୁ ନେଇ ବୈଠକରେ ଆଲୋଚନା କରାଯିବାର ସୂଚନା ରହିଛି । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନ୍ଫେରନ୍ସି ଜରିଆରେ ଉପସ୍ଥିତ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରଥମେ କଟକ ଆଉ ଏବେ ଭୁବନେଶ୍ୱରରେ କରୋନା ସଂକ୍ରମିଣ ସଂଖ୍ୟା ବଢିବାରେ ଲାଗିଛି । କଟକ କିଛି ଘରୋଇ ଶିକ୍ଷାନୁଷ୍ଠାନରୁ ୩୦ରୁ ଅଧିକ କରୋନା ସଂକ୍ରମିତ ହେବା ପରେ ଆଜି ଭୁବନେଶ୍ୱର XIMBରୁ ୨୩ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ତୁରନ୍ତ ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍ କରିଛି ବିଏମ୍ସି ।