ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ବଢୁଛି କରୋନା ସଂକ୍ରମଣ : ଅପରାହ୍ନ ସାଢେ ୪ଟାରେ ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ ୦୯/୦୧: ଦେଶରେ କରୋନା ମାମଲା ଲଗାତର ଭାବେ ବଢିବାରେ ଲାଗିଛି । ଗତ ୪ ଦିନ ହେଲା ଲକ୍ଷେ ଉଫରେ ଦୈନିକ ସଂକ୍ରମଣ ବାହାରୁଛି । ଏହାମଧ୍ୟରେ ଦେସବାସୀ ପୁଣି ଲକଡାଉନ୍, ସଟଡାଉନ୍ ଆଦି ନେଇ ଚିନ୍ତାରେ ପଡିଛନ୍ତି । ତେବେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସ୍ଥିତିକୁ ନେଇ ଅପରାହ୍ନ ସାଢେ ୪ଟାରେ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡିଛି ।

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ନେଇ ଦେଶରେ ଏବେ ଭୟ ଓ ଆତଙ୍କର ମାହୋଲ । ଅନେକ ରାଜ୍ୟ କଟକଣା ଲଗାଇଛନ୍ତି । କିଛି ସ୍ଥାନରେ ନାଇଟ କର୍ଫ୍ୟୁ ଓ ଓ୍ୱିକେଣ୍ଡ୍ ସଟ୍ ଡାଉନ୍ ଫେରିଛି । ଏପରିକି ବିବାହ, କାର୍ଯ୍ୟକ୍ରମ ଓ ସଭାସ୍ଥଳ ଉପରେ କଟକଣା ଲାଗିଛି । ଏହା ସତ୍ତ୍ୱେ ମାମଲା ଥମିବାର ନା ନେଉଁନାହିଁ । ଏପରି ସ୍ଥିତିରେ ମୋଦୀଙ୍କ ସମୀକ୍ଷା ବୈଠକ ବହୁ ଗୁରୁତ୍ୱ ବହନ କରୁଛି ।

ଏବେସୁଦ୍ଧା ଦେଶରେ ୩୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୮୩୭୯୦ ସକ୍ରିୟ ମାମଲା ରହିଛି ଏବଂ ୩୪୪୫୩୬୦୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୮୩୭୯୦ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର