ଦେଶ ବିଦେଶ ମନୋରଞ୍ଜନ

ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ମନି ଲଣ୍ଡରିଂ ମାମଲାରେ ଏତଲା ଦାଖଲ କଲା ଇଡି

ମୁମ୍ବାଇ ୧୯।୦୫ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହାପୂର୍ବରୁ ୨୦୨୧ରେ ମୁମ୍ବାଇ ପୋଲିସ ତାଙ୍କୁ ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ କରିଥିଲା ​​। ବର୍ତ୍ତମାନ ରାଜ କୁନ୍ଦ୍ରା ଏହି ମାମଲାରେ ଜାମିନରେ ଆସିଥିଲେ। ବର୍ତ୍ତମାନ ସେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କ ନାଁରେ ଇଡି ଦ୍ଵାରା ମନି ଲଣ୍ଡରିଂ ମାମାଲା ରୁଜୁ ହୋଇଛି । ଏହାର ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି ।

ଇଡି ସୂତ୍ରରୁ ପ୍ରକାଶ ଯେ ଫେବୃଆରୀ ୨୦୧୯ରେ କୁନ୍ଦ୍ରା ଆର୍ମସ୍ ପ୍ରାଇମ୍ ମିଡିଆ ଲିମିଟେଡ୍ ନାମକ ଏକ କମ୍ପାନୀ ସୃଷ୍ଟି କରି ହଟଶଟ୍ ନାମକ ଏକ ଆପ୍ ତିଆରି କରିଥିଲା। ପରେ ହଟସଟ୍ ଆପ୍ ୟୁକେ ସ୍ଥିତ ଫର୍ମ କେନରିନ୍‌କୁ ୨୫ ହଜାର ଡଲାରରେ ବିକ୍ରି କରାଯାଇଥିଲା। ଏହି କମ୍ପାନୀର ସିଇଓ ହେଉଛନ୍ତି ପ୍ରଦୀପ ବକ୍ସି, ଯିଏ ପ୍ରକୃତରେ ରାଜ କୁନ୍ଦ୍ରାଙ୍କ ଭିଣୋଇ । ହଟ୍‌ସଟ୍‌ ଆପର ମେନଟେନାନ୍ସ ପାଇଁ କେନରିନ୍‌ ନାମ କମ୍ପାନୀ ରାଜ କୁନ୍ଦ୍ରାଙ୍କ ବିହାନ କମ୍ପାନୀ ସହ ଚୁକ୍ତି କରିଥିଲା ​​। ବିହନ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା କାରବାର ମଧ୍ୟ ହୋଇଥିଲା।

ମୁମ୍ବାଇ ପୋଲିସ୍‌ର କହିବା ଅନୁଯାୟୀ ଏହି ଆପ୍‌ ଲୋକମାନଙ୍କ ପାଇଁ ଅଶ୍ଲୀଳ ବଷୟବସ୍ତୁକୁ ଉପଲବ୍ଧ କରାଇବା ପାଇଁ କାମ କରେ । ରାଜ୍‌ ମଧ୍ୟ ଏହାର ପଛରେ ଥିଲେ। କାହିଁକି ନା ଏହି ବେପାରକୁ ଆଗକୁ ବଢାଇବା ପାଇଁ ପ୍ଲାନ୍‌ ବି ମଧ୍ୟ ପ୍ରସ୍ତୁ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଅଭିଯୋଗ ଆସିଛି । ହେଲେ ରାଜ୍‌ କୁନ୍ଦ୍ରା ଉପରେ ଲାଗିଥିବା ଏହି ସବୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି କି ତାଙ୍କ ଉପରେ ମିଥ୍ୟା ଅଭିଯୋଗ କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ