ରାଜ୍ୟ ସ୍ପେଶାଲ ରିପୋର୍ଟ

ବଢ଼ିବ ସର୍କିଟ୍‌ ହାଉସ୍‌ର କଳେବର, ୩୦ କୋଟିରେ ଆଉ ଦୁଇଟି ୪ ମହଲା ବିଲ୍ଡିଂ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ବଢ଼ିବ ସର୍କିଟ୍‌ ହାଉସ୍‌ (ପ୍ରଦକ୍ଷଣ ଗୃହ)ର କଳେବର। ବୃଦ୍ଧି ପାଇବ କକ୍ଷ ସଂଖ୍ୟା। ନିର୍ମାଣ ହେବ ଆଉ ଦୁଇଟି ୪ ମହଲା ବିଲ୍‌ଡିଂ। ସୀମିତ କକ୍ଷ ଯୋଗୁ ବାରମ୍ବାର ଅତିଥିମାନେ ନିରାଶ ହୋଇ ଫେରୁଥିବାରୁ ଏହାର ପରିସର ବୃଦ୍ଧି ପାଇଁ ଯୋଜନା ପୂର୍ବକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ସକ୍ରିଟ୍ ହାଉସ୍‌ରେ ଗୋଟିଏ ବିଲ୍‌ଡିଂ ରହିଥିବା ବେଳେ ଅତିଥିଙ୍କ ରହିବା ପାଇଁ ୨୬ଟି କକ୍ଷ ଉପଲବ୍ଧ ହେଉଥିବା ବେଳେ ଏହି ସଂଖ୍ୟା ୩ ଗୁଣା ବୃଦ୍ଧି ପାଇବ।

ସର୍କିଟ୍‌ ହାଉସ୍‌ର ବିଲ୍‌ଡିଂର ଉଭୟ ପାର୍ଶ୍ବରେ ଦୁଇ ନୂଆ ବିଲ୍‌ଡିଂ କାର୍ଯ୍ୟ ନିର୍ମାଣ ଚାଲିଛି। ନିର୍ମାଣ ସଂସ୍ଥାଠାରୁ ମିଳିଥିବା ସୂଚନା ମୁତାବକ, ବିଲ୍‌ଡିଂର ଉଭୟ ପାର୍ଶ୍ବରେ ସମାନ ଧରଣର ବିଲ୍‌ଡିଂ ନିର୍ମାଣ କରାଯାଉଛି। ଉଭୟ ବିଲ୍‌ଡିଂ ଜି+୩ ତଥା ୪ ମହଲା ବିଶିଷ୍ଟ। ପ୍ରତ୍ୟେକ ବିଲ୍‌ଡିଂରେ ୩୦ଟି ଲେଖାଏଁ କକ୍ଷ ନିର୍ମାଣ କରାଯିବ। ବର୍ତ୍ତମାନ ସୁଦ୍ଧା ଗୋଟିଏ ବିଲ୍‌ଡିଂର ଦୁଇ ମହଲା କାର୍ଯ୍ୟ ନିର୍ମାଣ ସହ ଛାତ ପଡ଼ି ସାରିଥିବା ବେଳେ ଆଉ ଏକ ବିଲ୍‌ଡିଂର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ପ୍ରାୟ ୩୦ କୋଟି ଟଙ୍କା ବିନିମୟରେ ଦୁଇ ବିଲ୍‌ଡିଂର ନିର୍ମାଣ କାର୍ଯ୍ୟ ଚାଲିଛି। ଆସନ୍ତା ମେ’ ମାସ ସୁଦ୍ଧା ଦୁଇ ବିଲ୍‌ଡିଂର ନିର୍ମାଣ କାର୍ଯ୍ୟ ସାରିବାକୁ କଣ୍ଟ ଦିଆଯାଇଛି।

ଭୁବନେଶ୍ବରର ୱାଇବି କନ୍‌ଷ୍ଟ୍ରକ୍ସନ ନିର୍ମାଣ ସଂସ୍ଥା ଦୁଇ ବିଲ୍‌ଡିଂର ନିର୍ମାଣ କାର୍ଯ୍ୟ କରୁଛି। ମେ ମାସ ୩୧ ତାରିଖ ସୁଦ୍ଧା ବିଲଡିଂ ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ଗୋଟିଏ ବିଲ୍‌ଡିଂ ନିର୍ମାଣ ସରିବା ନେଇ ଆଶା କରାଯାଉଥିବା କନ୍‌ଷ୍ଟ୍ରକ୍ସନ ସଂସ୍ଥାର ଜଣେ କର୍ମକର୍ତ୍ତା କହିଛନ୍ତି। ମେ ମାସ ସୁଦ୍ଧା ଗୋଟିଏ ବିଲ୍‌ଡିଂର ନିର୍ମାଣ କାର୍ଯ୍ୟ ସରିଲେ ଅନ୍ତତଃ ରଥଯାତ୍ରାରେ ଏହା ମଧ୍ୟରେ ଅତିଥିମାନେ ରହିବାର ସୁଯୋଗ ପାଇପାରିବେ। ସର୍କିଟ୍‌ ହାଉସ୍‌ର ପ୍ରବନ୍ଧକ ଅଶୋକ ଦାସଙ୍କ ସୂଚନା ମୁତାବକ, ସର୍କିଟ୍‌ ହାଉସ୍‌ ବ୍ରିଟିସ୍‌ ଅମଳରୁ ସେଠାରେ ରହିଥିଲା। ତେବେ ମହାବାତ୍ୟା ସମୟରେ ବ୍ରିଟିସ ଅମଳର ବିଲ୍‌ଡିଂ ଭାଙ୍ଗିରୁଜି ଯାଇଥିଲା। ପୁରୁଣା ବିଲ୍‌ଡିଂରେ କେବଳ ୫ଟି କକ୍ଷ ରହିଥିଲା। ସେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନି ପକ୍ଷରୁ ନିଯୁକ୍ତ ଅଧିକାରୀମାନେ ଏହି ବିଲ୍‌ଡିଂରେ ରହୁଥିଲେ। କାଳକ୍ରମେ ସରକାର ଏହାର କଳେବର ବୃଦ୍ଧି କରିଥିଲେ। ୨୬ଟି କକ୍ଷ ବିଶିଷ୍ଟ ପ୍ରଦକ୍ଷଣ ଗୃହ ରହିଥିଲେ ହେଁ ଏହା ଅତିଥିଙ୍କ ଚାହିଦା ମେଣ୍ଟାଇ ପାରୁନାହିଁ। ତେଣୁ ସର୍କିଟ୍‌ ହାଉସ୍‌ରେ କକ୍ଷ ସଂଖ୍ୟା ବଢ଼ାଇବା ଆବଶ୍ୟକ ଥିଲା। ଏନେଇ ପ୍ରଶାସନ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦେବା ପରେ ବର୍ତ୍ତମାନ ସୁଦ୍ଧା ୩୦ କୋଟିର ବ୍ୟୟ ବରାଦ ହୋଇଛି। ଏବେ ୨୬ଟା ରୁମ୍‌ ଥିବା ବେଳେ ଆଉ ଦୁଇଟି ବିଲ୍‌ଡିଂରେ ୬୦ଟି ରୁମ୍‌ ନିର୍ମାଣ କରାଯିବା ନେଇ ନକ୍ସା ପ୍ରସ୍ତୁତ ହୋଇଛି। ତେଣୁ ଆଗାମୀ ଦିନରେ ଅତିଥିଙ୍କ ରହଣି ପାଇଁ ସର୍କିଟ୍‌ ହାଉସ୍‌ ପରିସରରେ ୮୬ଟି ରୁମ୍‌ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।