ଅପରାଧ ରାଜ୍ୟ

ବଡ ଭାଇଙ୍କ ମୃତ୍ୟୁ ପରେ ବିଷ ପିଇ ଦେଇଥିଲେ ସାନ ଭାଇ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ପାଟଣାଗଡ଼ ୨୯।୭: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଲପଡା ବ୍ଲକ୍ ଅନ୍ତର୍ଗତ କୁମାରଖୋନ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଡ ଭାଇର ମୃତ୍ୟୁ ପରେ ବିଷ ପିଇ ଦେଇଥିବା ସାନ ଭାଇର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର କୁମାରଖୋନ ଗାଁର ଦୀପକ ପୁଟେଲ ଗାଁ ନିକଟରେ ଥିବା ଛେଳିଆ ଡ୍ୟାମକୁ ମାଛ ମାରିବାକୁ ଯାଇଥିଲେ । ମାଛ ମାରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଦୀପକ । ତେବେ ଡ୍ୟାମରେ ଦୀପକଙ୍କ ମୃତଦେହ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରିଥିଲେ । ଏ ଖବର ସାନ ଭାଇ ବିଶ୍ବଜିତ ପୁଟେଲ ଶୁଣିବା ପରେ ବିଷ ପିଇ ଦେଇଥିଲେ । ବିଶ୍ବଜିତଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତିରେ ସାନ ଭାଇ ବିଶ୍ବଜିତର ମୃତ୍ୟୁ ହୋଇଛି । ତେବେ ଦୁଇ ଭାଇଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବେଲପଡା ପୋଲିସ ପାଟଣାଗଡ଼ ପହଞ୍ଚି ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।