ଦେଶ ବିଦେଶ ପର୍ଯ୍ୟଟନ ରାଜ୍ୟ

ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ୯ ପର୍ଯ୍ୟଟକ, ବୋଟ୍ ଓଲଟି ବୁଡିଯାଇଥିଲେ

ବ୍ରହ୍ମପୁର ୧୨।୩: ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ୯ ପର୍ଯ୍ୟଟକ । ଗୋପାଳପୁର ସମୁଦ୍ରରେ ଗୁରୁବାର ପ୍ଲେଇଂ ବୋଟ୍ ଓଲଟି ପଡିବା ଫଳରେ ୯ ଜଣ ପର୍ଯ୍ୟଟକ ବୁଡି ଯାଇଥିଲେ । ତେବେ କୋଷ୍ଟ୍ ଗାର୍ଡ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ୯ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ୯ ଜଣ ଉକ୍ତ ରବର ବୋଟ୍‌ରେ ବସି ସମୁଦ୍ର ଭିତରକୁ ଯାଇଥିଲେ । ସମୁଦ୍ରରେ ବୁଲି ଫେରିଲା ବେଳକୁ ଉପକୂଳରୁ ୬୦/୭୦ ମିଟର ଦୂରରେ ବୋଟ୍‌ ଓଲଟି ଯାଇଥିଲା । ଜୋର୍‌ ପବନ ଯୋଗୁଁ ସମୁଦ୍ର ଅଶାନ୍ତ ଥିବାରୁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଘଟଣା ଘଟିବା ପରେ ପରେ ସୁରକ୍ଷା ଟିମ୍‌ ସମୁଦ୍ର ଭିତରୁ ସମସ୍ତ ୯ ଜଣଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ