ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ପାଟନା : ରାଜନୈତିକ ରଣନୀତିକାରରୁ କାର୍ଯ୍ୟକର୍ତ୍ତା ବନିଥିବା ପ୍ରଶାନ୍ତ କିଶୋର ଶନିବାର ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ଯାତ୍ରା’କୁ ଅନିଚ୍ଛାକୃତ ଭାବେ ପ୍ରଶଂସା କରିଛନ୍ତି।
ମହାତ୍ମା ଗାନ୍ଧୀଙ୍କ ଛବି ସାଥିରେ ଧରି ନିଜ ରାଜ୍ୟ ବିହାରରେ ‘ଜନ ସୁରାଜ’ ପଦଯାତ୍ରା କରୁଥିବା କିଶୋରଙ୍କୁ ସାମ୍ବାଦିକମାନେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ବିଷୟରେ ପଚାରିଥିଲେ। ସେ କ’ଣ ରାହୁଲଙ୍କ ଯାତ୍ରା ସହ ସମାନ୍ତରାଳ ଯାତ୍ରା କରୁଛନ୍ତି କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କିଶୋର କହିଥିଲେ, ସେମାନେ ବଡ଼ଲୋକ (ବଡ଼େ ଲୋଗ ହୈଂ), ତାଙ୍କ ଆଗରେ ଆମେ ତୁଚ୍ଛ ମଣିଷ।
କଂଗ୍ରେସରେ ଯୋଗ ଦେବା ପାଇଁ ଶୀର୍ଷ ନେତୃତ୍ବ ସହ କଥାବାର୍ତ୍ତା କରି ବିଫଳ ହୋଇଥିବା କିଶୋର କହିଥିଲେ – ରାହୁଲ ଗାନ୍ଧି ୩,୫୦୦ କିମି ଯାତ୍ରା କରୁଛନ୍ତି। ମୋ ପାଇଁ କିଲୋମିଟର କିଛି ମାନେ ରଖେନା। ମୁଁ ଅକ୍ଟୋବରରୁ ନିରବଚ୍ଛିନ୍ନ ଭାବେ ଯାତ୍ରା କରୁଛି। କିନ୍ତୁ ମୁଁ ଶାରୀରିକ ଫିଟ୍ନେସ୍କୁ ନେଇ ପ୍ରମାଣ ଦେଖାଉ ନାହିଁ ବୋଲି କହିଥିଲେ କିଶୋର।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l