ଆଠଗଡ଼ ୦୨।୦୮ : କଟକ ବଡମ୍ବା ଜଙ୍ଗଲରୁ ହାତୀ କଙ୍କାଳମିଳିବା ଘଟଣା । ନିଲମ୍ବିତ ହୋଇ ଫେରାର ଥିବା ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ଗିରଫ । ବଡ଼ମ୍ବା ରେଞ୍ଜର ଗୋପପୁର ସେକ୍ସନ ଫରେଷ୍ଟର ପ୍ରଦୀପ କୁମାର ପରିଡ଼ା ଦୀର୍ଘଦିନ ଧରି ଫେରାଇ ଥିବା ବେଳେ ବନ ବିଭାଗ ତାଙ୍କୁ ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଠଗଡ଼ ଡିଏଫ୍ ଓ ସୂଚନା ଦେଇଛନ୍ତି ।
ତେବେ ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ କରିଥିଲା ଏସଟିଏଫ୍ । ପୁର୍ବରୁ ଏହି ଘଟଣାରେ ୧୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନ ବିଭାଗ । ସେମାନଙ୍କ ଭିତରେ ବନ ବିଭାଗର କର୍ମଚାରୀ ମଧ୍ୟ ସାମିଲ ଥିଲେ ।