ରାଜ୍ୟ ସ୍ପେଶାଲ ରିପୋର୍ଟ

ବଞ୍ଚିବା ଅବସ୍ଥାରେ ନିଜ ପାଇଁ ସମାଧି ଗଢ଼ି ଚର୍ଚ୍ଚାରେ ଆଦିବାସୀ ଦମ୍ପତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଗଡ଼: ମୃତ୍ୟୁ ପୂର୍ବରୁ ନିଜ ପାଇଁ ନିଜେ ସମାଧି ତିଆରି କରିଛନ୍ତି ଦମ୍ପତି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ନିରାଟ ସତ ଓ ଏଥିପାଇଁ ସେମାନେ ଏବେ ଚର୍ଚ୍ଚାରେ। ଦୁହେଁ ହେଲେ, ଗଜପତି ଜିଲ୍ଲା ନୁଆଗଡ଼ ବ୍ଳକ୍‌ ସୌରୀ ଗ୍ରାମର ଲକ୍ଷ୍ମଣ ଭୂୟାଁ ଓ ଜେଙ୍ଗି ଭୁୟାଁ।

ଲକ୍ଷ୍ମଣ ଜଣେ ଆଦିବାସୀ ଖ୍ରୀଷ୍ଟିଆନ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ  ସମସ୍ତେ ବାହା ହୋଇ କର୍ମସଂସ୍ଥାନ ପାଇ ବାହାରେ ରହୁଛନ୍ତି। ଗାଁରେ ରହନ୍ତି କେବଳ ଲକ୍ଷ୍ମଣ ଓ ପତ୍ନୀ ଜେଙ୍ଗି। ଉଭୟେ ବୟସର ଅପରାହ୍‌ଣରେ। ମଲା ପରେ କାଳେ କିଏ ସାହା ହେବେ କି ନାହିଁ, ସେ ନେଇ ନିଜେ ତିଆରି କରିଛନ୍ତି ସମାଧି। ଘର ପାଖରୁ କିଛି ଦୂରରେ ତିନୋଟି କବର ରହିଛି। ସେ ପାଖରେ ତୋଳାଇଛନ୍ତି ଏକ ଘର ସଦୃଶ ସମାଧି। ପାଖରେ ଦୁଇଟି ସିମେଣ୍ଟ ପ୍ଲେଟ୍ ପଡ଼ିଛି। ଏହି ପ୍ଲେଟ୍ ଦୁଇଟିକୁ ସେମାନଙ୍କୁ କବର ଦେଲା ପରେ ଏହା ଉପରେ ଢାଙ୍କିବା ପାଇଁ ରଖାଯାଇଛି। ଦୁହେଁ ତାହାକୁ ନିର୍ମାଣ କରିଛନ୍ତି ।

ଲକ୍ଷ୍ମଣଙ୍କ କହିବାନୁଯାୟୀ, କରୋନା ମହାମାରୀ ଅନେକ ଜୀବନ ଦନଇଥିଲା। ସେ ସମୟରେ ତାଙ୍କ ମନରେ ଏକ ବିଚାର ଆସିଲା ଯେ ମୃତ୍ୟୁ ପରେ ବୃଦ୍ଧ ଦମ୍ପତିଙ୍କୁ କେହି କବର ଦେବେ କି ନାହିଁ, କବର ଦେଲେ ବି ତାଙ୍କ ପାଇଁ ଭଲ ସମାଧିଟିଏ ନିର୍ମାଣ କରିବେ କି ନାହିଁ। ଏହି ଚିନ୍ତାରେ ସେ ଗ୍ରାମବାସୀଙ୍କ ସହ ବିଚାରବିମର୍ଶ କରି ସମାଧି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ବଞ୍ଚିଥିବା ବେଳେ ଯେଉଁ ଭଳି ଖଟରେ ଶୁଅନ୍ତି, ସେମିତି  ସମାଧି ମଧ୍ୟରେ ସିମେଣ୍ଟ ତିଆରି ଖଟ ହୋଇଛି। ସେଥିରେ ଟାଇଲ୍‌ ଲାଗିଛି।

ନିର୍ମାଣ ପାଇଁ ପ୍ରାୟ ୬ ମାସ ଲାଗିଥିବା ବେଳେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଧାନ ଓ କାଜୁ ବିକ୍ରି କରି ସଞ୍ଚିତ ଅର୍ଥରେ ସେମାନେ ଏହାକୁ ନିର୍ମାଣ କରିଛନ୍ତି। ଟଙ୍କା ନିଅଣ୍ଟ ପଡ଼ିବାରୁ ଘରେ ଥିବା ଏକ ଗାଈ ବିକ୍ରି କରି ଦେଇଥିବା କହିଛନ୍ତି। କବର ନିର୍ମାଣ ବେଳେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା। ଟଙ୍କାର ଅଭାବ ଯୋଗୁଁ ନିର୍ମାଣ କାର୍ଯ୍ୟ ସରିବା ପରେ ଇଚ୍ଛା ଥିଲେ ମଧ୍ୟ ପ୍ରତିଷ୍ଠା କରିପାରି ନାହାନ୍ତି। କାହିଁକିନା, ପ୍ରତିଷ୍ଠା ଭୋଜି ଦେବାକୁ ହେଲେ ଆବଶ୍ୟକ ୨୦୦ କିଲୋ ଚାଉଳ ସାଙ୍ଗକୁ ତରକାରୀ ଓ ଖିରି ପାଇଁ ସମଗ୍ରୀ ଦରକାର। ପୁଣି କାଜୁ ଅମଳ ଓ ବିକ୍ରି ହେଲେ, ଟଙ୍କା ପଇସାର ସୁବିଧା ହେଲେ, ପ୍ରତିଷ୍ଠା ଭୋଜି ବି ସେ ଅତିଶୀଘ୍ର କରିବେ ବୋଲି କହିଛନ୍ତି।

ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ପରେ ଏବେ ସେମାନେ ମୃତ୍ୟୁ ପଥର ଯାତ୍ରୀ। ତଥାପି, ନିଜ ପାଇଁ କିଛି କରିଯିବାର ଇଚ୍ଛାରେ ସେମାନଙ୍କ ଶେଷ ଇଚ୍ଛା ସ୍ବରୂପ ଏଭଳି ସମାଧି ନିର୍ମାଣ କରିବା ସତରେ ବିରଳ ‌‌ବୋଲି ମତପ୍ରକାଶ ପାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।