ମୁମ୍ବାଇ ୧୪/୧୧ : କରୋନା ଭାଇରସ ଯୋଗୁଁ ସ୍କୁଲ ଛାଡିବାକୁ ବାଧ୍ୟ ହୋଇଥିବା ଜଣେ ଶିଶୁକୁ ସାହାଯ୍ୟ କରିବାକୁ ହଜାର ହଜାର ଲୋକ ଆଗେଇ ଆସିଛନ୍ତି। ଏହି ଛାତ୍ରର ଜୀବନର ସତ୍ୟତାକୁ ସୋସିଆଲ ମିଡ଼ିଆ ପେଜ ‘ହ୍ୟୁମାନ ଅଫ ବମ୍ବେ’ରେ ସେୟାର କରାଯାଇଥିଲା। ଯେଉଁମାନେ ଏହି ଛାତ୍ରର କାହାଣୀ ଶୁଣିଲେ ସେମାନେ ତାଙ୍କୁକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ।
‘ହ୍ୟୁମାନ ଅଫ ବମ୍ବେ’ରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ୧୪ ବର୍ଷର ଏହି ଛାତ୍ର ନିଜ ଜୀବନର କାହାଣୀ କହିଛନ୍ତି। ହୃଦଘାତ ଯୋଗୁଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ପରିବାର ବୋଝ ମା’ଙ୍କ ଉପରେ ପଡିଗଲା। ପୁରା ପରିବାରର ଭରଣପୋଷଣ ଦାୟିତ୍ୱ ମା’ଙ୍କ ଉପରେ ପଡିଲା। ବାପାଙ୍କ ପରେ ରୋଜଗାର ପାଇଁ ତାଙ୍କ ଘରେ ମା’ଙ୍କ ଛଡା ଆଉ କେହି ନଥିଲେ। ତାଙ୍କ ମା’ ଯାହା ଆୟ କରୁଥିଲେ ସବୁ ତାଙ୍କ ପାଇଁ ତାଙ୍କ ଭଉଣୀଙ୍କ ଖର୍ଚ୍ଚ କରିଦେଉଥିଲେ। ତାଙ୍କ ମା’ ସବୁଦିନ କାମ କରିବାକୁ ଯାଉଥିଲେ, କେବେ ବି ଛୁଟି ନେଉନଥିଲେ। ସେ ନିଜ ପିଲାଙ୍କ ସ୍ବପ୍ନ କରିବାକୁ ଚାହୁଁଥିଲେ। ସେଥିପାଇଁ କେବେ ବି ଛୁଟି ନ ନେଇ ସବୁଦିନ କାମ କରୁଥିଲେ। ବାପାଙ୍କ ଅଭାବ ସେ କେବେ ଅନୁଭୂତ ହେବକି ଦେଇନଥିଲେ।
ପିଲାଙ୍କ ପାଠ ପଢାକୁ ନେଇ ସେ ବହୁତ ଚିନ୍ତିତ ଥିଲେ। କେବଳ ପାଠ ହିଁ ତାଙ୍କୁ ଭଲ ଓ ଉଜ୍ଜ୍ୱଳ ଭବିଷ୍ୟତ ଦେଇପାରିବ ବୋଲି ସେ ସବୁବେଳେ ପିଲାଙ୍କୁ କହୁଥିଲେ। ତାଙ୍କ ମା’ ତାଙ୍କୁ ଭାରତୀୟ ସେନାରେ ଫାଇଟର ପାଇଲଟ ଭାବେ ଦେଖିବାକୁ ଚାହୁଁଥିଲେ। ଏହାପରେ ସେ ନିଜ ମା’ଙ୍କ ସ୍ବପ୍ନକୁ ନିଜ ସ୍ବପ୍ନ କରିଦେଲେ ଓ ପାଠ ପ୍ରତି ବହୁତ ପରିଶ୍ରମ କରିବା ଆରମ୍ଭ କରିଥିଲେ। ସ୍କୁଲରେ ଭଲ ନମ୍ବର ରଖି ପାସ କଲେ।
କିନ୍ତୁ ଏତିକିବେଳେ କରୋନା ମହାମାରୀ ପାହାଡ ଭଳି ତାଙ୍କ ପରିବାର ଉପରେ ଭାଙ୍ଗି ପଡିଲା। ହଜାର ହଜାର ବ୍ୟବସାୟୀଙ୍କ ଭଳି କରୋନା ଯୋଗୁଁ ତାଙ୍କର ବହୁତ କ୍ଷତି ହେଲା। ଲକଡାଉନ ଯୋଗୁଁ ତାଙ୍କ ମା’ଙ୍କ ଚାକିରୀ ଚାଲିଗଲା। ଲକଡାଉନରେ ଗୋଟିଏ ମାସରେ ତାଙ୍କର ସବୁ ସଞ୍ଚୟ ଶେଷ ହୋଇଗଲା। ଏପରିକି ପିଲାମାନେ ଯାହା ଟଙ୍କା ଜମା କରି ରଖିଥିଲେ ସେସବୁ ବି ଶେଷ ହୋଇଗଲା। ଏହାପରେ ସେ ଏକ ତେଜରାତି ଦୋକାନରେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ତାଙ୍କୁ ଦୈନିକ ୧୦୦ ଟଙ୍କା ମିଳୁଥିଲା। ଦୈନିକ ୧୦୦ ଟଙ୍କା ପରିବାର ପୋଷିବା ପାଇଁ ଯଥେଷ୍ଟ ନଥିଲା କିନ୍ତୁ ପରିବାରରେ କାହାକୁ ଖାଲି ପେଟରେ ଶୋଇବାକୁ ପଡୁନଥିଲା ବୋଲି ସେ କହିଛନ୍ତି।