ଆନନ୍ଦପୁର ୨୨।୦୫: ଆନନ୍ଦପୁର ବ୍ଲକ ପଣସଡିହା ପଞ୍ଚାୟତରେ ବଜ୍ରପାତ । ଏଥିରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଶନିବାର ରାତିରେ ହରଣାଭୋଳ ଗାଁର ଚମ ଦିଗିଙ୍କ ଦୁଇ ଝିଅ ଘର ବାରଣ୍ଡାରେ ବସି ଖାଉଥିଲେ । ଠିକ୍ ଏହି ସମୟରେ ବଜ୍ରପାତ ହୋଇଥିଲା । ଯେଉଁଥିରେ କି ବଡ଼ଝିଅ ପାଲ୍ ଗୁରୁତର ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଠାକୁରମୁଣ୍ଡା ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ସେହିପରି ଅନ୍ୟପଟେ ପଣଡିହା ପଞ୍ଚାୟତ ବନିଆଜେଡି ଗାଁରେ ବଜ୍ରପାତ ଘଟି ଗେହ୍ଲା ଗୋଡସେରା ଓ କେଲା ଗୋଡ଼ସରା ନାମକ ୨ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।