ଦେଶ ବିଦେଶ

ବଜେଟ୍‌ ୨୦୨୪-୨୫: ଆଗକୁ ‘ଉତ୍କର୍ଷ ଉତ୍କଳ’ ନିବେଶ ସମ୍ମିଳନୀ

ଭୁବନେଶ୍ବର: ଚାପଗ୍ରସ୍ତ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ରୋକିବା ପାଇଁ ରାଜ୍ୟ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ‌ଏହାକୁ ରାଜ୍ୟର ୩୦ଟି ଚିହ୍ନଟ ବ୍ଲକରେ କାର୍ଯ୍ୟକାରୀ କରାଯିବ। ଏହି ଯୋଜନା‌ରେ ମନରେଗା ଅଧୀନରେ ଅତିରିକ୍ତ ୨ ଶହ ଦିନର ଶ୍ରମ ଦିବସ ଯୋଗାଇ ଦେବାକୁ ପ୍ରସ୍ତାବ ରଖାଯାଇଛି। ଏଥିରେ ସର୍ବନିମ୍ନ ମଜୁରି ରହିଛି ସମାଜ ମଜୁରି ଦେବା ପାଇଁ ରାଜ୍ୟର ସମ୍ବଳରୁ ଅତିରିକ୍ତ ରାଶି ଯୋଗାଇ ଦିଆଯିବ। ଏଥିପାଇଁ ୫୦୦ କୋଟି ଟଙ୍କାରେ ‘ମନରେଗାକୁ ରାଜ୍ୟ ସହାୟତା’ କାର୍ଯ୍ୟକାରୀ ହେବ। ଏଥିସହିତ ଶ୍ରମିକଙ୍କ ଥଇଥାନ ଯୋଜନା ପାଇଁ ପ୍ରତି ଜିଲ୍ଲାରେ ୧୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠି ଗଠନ କରିବା ସହ ୧୫ଟି ଜିଲ୍ଲାରୁ ଉଦ୍ଧାର ହୋଇଥିବା ଗୋତି ଶ୍ରମିକମାନଙ୍କୁ ତୁରନ୍ତ ଥଇଥାନ ସହାୟତା ଯୋଗାଇ ଦେବାକୁ ୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଭୁବନେଶ୍ବର: ପୁରୁଣା ସରକାରଙ୍କ ମେକ୍ ଇନ୍ ଓଡ଼ିଶା ନିବେଶକ ସମ୍ମିଳନୀର ନାମ ପରିବର୍ତ୍ତନ କରି ‘ଉତ୍କର୍ଷ ଉତ୍କଳ’ ନିବେଶ ସମ୍ମିଳନୀ ଆୟୋଜନ କରାଯିବ ବୋଲି ବଜେଟ୍‌ରେ ଘୋଷଣା କରାଯାଇଛି। ଏହା ଜରିଆରେ ୨୦୨୯ ସୁଦ୍ଧା ରାଜ୍ୟକୁ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ ଘ‌ରୋଇ ପୁଞ୍ଜିନିବେଶ ଓ ୨ ବିଲିଅନ୍ ଡଲାରର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ ଅଣାଯିବ। ନିବେଶ ପ୍ରୋତ୍ସାହନ ଓ ପ୍ରଚାର ପାଇଁ ଇପିକଲ୍‌କୁ ୧୨୦ କୋଟିର ଅନୁଦାନ ଦିଆଯାଇଛି। ଶିଳ୍ପ କରିଡର୍‌ ବିକାଶ ପାଇଁ ୨୦ କୋଟି ଟଙ୍କା, ଶିଳ୍ପପୁଞ୍ଜ ବିକାଶ ପାଇଁ ୫୦ କୋଟି ଟଙ୍କା, କନେକ୍ଟ ଓଡ଼ିଶା ଯୋଜନା-ମଲ୍‌ଟି ମୋଡାଲ୍ ଲଜିଷ୍ଟିକ୍ସ ପାର୍କ ପାଇଁ ୧୦ କୋଟି ଟଙ୍କା, ମେଗା ଫୁଡ୍‌ ପାର୍କ ପାଇଁ ୧୦ କୋଟି ଟଙ୍କା, ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ପାଇଁ ୨ କୋଟି ଟଙ୍କା, କଳିଙ୍ଗ ଷ୍ଟୁଡ଼ିଓର ପୁନଃ ବିକାଶ ପାଇଁ ୨୦ କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ରାଜଧାନୀ ଅଞ୍ଚଳ ଏଫ୍‌ଡିଆଇ ପାର୍କ ନାମକ ନୂଆ ଯୋଜନାରେ ୨୦ କୋଟି ଖର୍ଚ୍ଚ ହେବ।

ଭୁବନେଶ୍ବର: ଆସନ୍ତା ପାଞ୍ଚ ବର୍ଷରେ ଖାଲିପଡ଼ିଥିବା ଦେଢ଼ ଲକ୍ଷ ସରକାରୀ ପଦବି ପୂରଣ କରିବା ଲାଗି ସରକାର ବଜେଟ୍‌ରେ ପ୍ରତିବଦ୍ଧତା ଦର୍ଶାଇଛନ୍ତି। ସେଥିରୁ ପ୍ରଥମ ୨ ବର୍ଷରେ ୬୫ ହଜାର ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଆଇନ ଶୃଙ୍ଖଳା ବଜାୟ ରଖିବା ଓ ରାଜ୍ୟର ବିକାଶ ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ୮୯୯୪ କୋଟି ଟଙ୍କା ଖର୍ଚ୍ଚ ହେବ ଯାହା ପୂର୍ବବର୍ଷ ଆବଣ୍ଟନ ତୁଳନାରେ ୨୩ ପ୍ରତିଶତ ଅଧିକ। ଅଦାଲତ କୋଠା ନିର୍ମାଣ ପାଇଁ ୪୦୬ କୋଟି ଟଙ୍କା, ନ୍ୟାୟପାଳିକା ଭିତ୍ତିଭୂମି ବିକାଶ ପାଇଁ ୨୨୦ କୋଟି ଟଙ୍କା, ପୋକ୍‌ସୋ କୋର୍ଟ ପାଇଁ ୫୬ କୋଟି ଟଙ୍କାର ବ୍ୟୟବରାଦ ରହିଛି।

ପୁଲିସ ବ୍ୟବସ୍ଥା ଲାଗି ୩୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ଡାଏଲ୍‌ ୧୧୨ କାର୍ଯ୍ୟକାରୀ କରିବା ପାଇଁ ୧୧୮ କୋଟି ଟଙ୍କା ଏବଂ ଫୋରେନ୍‌ସିକ୍‌ ବିଜ୍ଞାନ ପରୀକ୍ଷାଗାରର ସୁଦୃଢ଼ୀକରଣ ପାଇଁ ୨୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ରାଜସ୍ବ ପ୍ରଶାସନ କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକ ପାଇଁ ୧୭୬୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। କେବିକେ ବିକାଶ ଯୋଜନା ପାଇଁ ୨୫୦ କୋଟି, ବିଧାୟକ ଅନୁଦାନ ପାଣ୍ଠି ପାଇଁ ୪୪୧ କୋଟି ଟଙ୍କା ଏବଂ କନ୍ଧମାଳ ଓ ଗଜପତି ବିକାଶ ଯୋଜନା ପାଇଁ ୨୯ କୋଟି ଟଙ୍କା ଦିଆଯାଇଛି। ବର୍ଷାରେ ଭୂସ୍ଖଳନ ଓ ପଶ୍ଚିମାଞ୍ଚଳରେ ବାରମ୍ବାର ମରୁଡ଼ିକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ପାଇଁ ୩୯୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ