ରାଜ୍ୟ

ବଜେଟକୁ ନେଇ ପ୍ରତିକ୍ରିୟା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବଜେଟ୍‌ର ମାତ୍ର ୧୦% କୃଷି ପାଇଁ ରଖିବା ଦୁର୍ଭାଗ୍ୟଜନକ
କୃଷି ପାଇଁ ମାତ୍ର ୨୪ ହଜାର ୮୨୯ କୋଟି ଟଙ୍କା ରଖିବା ଦୁର୍ଭାଗ୍ୟଜନକ। ଏହା ବଜେଟ୍‌ର ମାତ୍ର ୧୦ ପ୍ରତିଶତ। ଏହା ଗତ ବଜେଟ୍‌ଠାରୁ ୨୧ ପ୍ରତିଶତ ଅଧିକ ବୋଲି ସରକାର କହୁଛନ୍ତି, କିନ୍ତୁ ଧାନ ସଂଗ୍ରହ ବଜେଟ୍‌ ୨ହଜାର କୋଟି ଟଙ୍କା ବାଦ୍‌ ଦେଲେ ଗତ ବଜେଟ୍‌ ତୁଳନାରେ ତାହା ନଗଣ୍ୟ। ବଜେଟ୍‌ରୁ ଧାନ କ୍ରୟ ନିମନ୍ତେ ଯେଉଁ ୨ ହଜାର କୋଟି ରିଭୋଲଭିଂ ଫଣ୍ଡ ସରକାର ବ୍ୟବସ୍ଥା କରିଛନ୍ତି, ତାହା କେବଳ ଭ୍ରଷ୍ଟ ସରକାରୀ କର୍ମଚାରୀଙ୍କ ଓ ଅମଲାଙ୍କ ଦ୍ବାରା ସୋସାଇଟି ସମ୍ପାଦକ ଓ ମିଲରଙ୍କ ଭିତରେ ଥିବା ମଧୁଚନ୍ଦ୍ରିକାକୁ ସୁହାଇବ। ସେହିପରି ‘କାଳିଆ’ ଯୋଜନାରେ ରଖିଥିବା ୧୮୭୯କୋଟି ଟଙ୍କା ବି ସେହିଭଳି ଭାବରେ ଅର୍ଦ୍ଧାଧିକ ଚାଷୀଙ୍କୁ ସୁଫଳ ‌ଦେବ ନାହିଁ।
ଅକ୍ଷୟ କୁମାର, ରାଷ୍ଟ୍ରୀୟ ସଂଯୋଜକ, ନବନିର୍ମାଣ କୃଷକ ସଂଗଠନ

ସବୁ ବର୍ଗଙ୍କ ପାଇଁ ବଜେଟ୍‌
ଚଳିତ ବଜେଟ୍‌ ସବୁ ବର୍ଗଙ୍କ ପାଇଁ ପ୍ରସ୍ତୁତ ହୋଇଛି। ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ବଜେଟ୍‌ରେ ଫୋକସ୍‌ ରହିଛି। ବଡ଼କଥା ହେଉଛି ସ୍ବାସ୍ଥ୍ୟରେ ଆଲୋକେସନ ବଢ଼ିଛି। ଭିତ୍ତିଭୂମି ଯଥା, ରାସ୍ତାଘାଟ, ବିମାନବନ୍ଦର, ବସ୍‌ ଷ୍ଟାଣ୍ଡ ପ୍ରଭୃତିରେ ପୂର୍ବାପେକ୍ଷା ୩୪ ପ୍ରତିଶତ ଅଧିକ ଅର୍ଥ ବ୍ୟୟ ବରାଦ ହୋଇଥିବାରୁ ଏହା ପ୍ରତ୍ୟେକ ସ୍ତରର ଲୋକଙ୍କୁ ସୁହାଇବ। ସବୁବର୍ଗର ଲୋକେ ଏହି ବଜେଟ୍‌ରେ ଉପକୃତ ହେବେ।
ରାଜୀବ ସାହୁ, ଚାଟାର୍ଡ ଆକାଉଣ୍ଟାଣ୍ଟ

ଶିକ୍ଷାକୁ ବିଶେଷ ଧ୍ୟାନ ଦିଆଯାଇଛି
୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‌ରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଶ୍ରେଣୀଗୃହ ଭିତରେ ଓ ବାହାରେ ଛାତ୍ରଛାତ୍ରୀଙ୍କ ବିକାଶ ଲାଗି ଏକାଡେମିକ୍‌ କ୍ୟାଲେଣ୍ଡର, ହାଉସ୍‌ ସିଷ୍ଟମ, ସ୍କୁଲସ୍ତରୀୟ କ୍ଲବ ପ୍ରତିଷ୍ଠା ପରି ପଦକ୍ଷେପ ସ୍ବାଗତଯୋଗ୍ୟ। ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ତଦାରଖ ଦାୟିତ୍ବ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଦିଆଯିବା ସହ ଏଥିପାଇଁ ୧୦କୋଟି ବ୍ୟୟବରାଦ ହୋଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ୧୩୯ କୋଟି ବ୍ୟୟବରାଦ, ଶିକ୍ଷାକୁ ପ୍ରାଧାନ୍ୟର ଆଉ ଏକ ଜ୍ଜ୍ବଳନ୍ତ ଉଦାହରଣ।
ଶିଳ୍ପୀ ସାହୁ, ଚେୟାରମ୍ୟାନ୍‌, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ

ସବୁ ପିଲାଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉ
ହାଇସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ପ୍ରଶଂସନୀୟ। ମାତ୍ର ପୂର୍ଣ୍ଣ ଓ ନୂତନ ଅନୁଦାନପ୍ରାପ୍ତ ୩୨୦୦ରୁ ଅଧିକ ବିଦ୍ୟାଳୟ କଥା ଚିନ୍ତା କରିବା ଦରକାର। ସେଠାରେ ଶିକ୍ଷକ ନ ଥିବାରୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। ନିଯୁକ୍ତି ପ୍ରକ୍ରିୟା ହେଉ ନାହିଁ। ସରକାରୀ ବିଦ୍ୟାଳୟ ପିଲାମାନଙ୍କୁ ଠିକ୍‌ ସମୟରେ ପୋଷାକ ମିଳୁଥିବା ବେଳେ ଏହି ବିଦ୍ୟାଳୟ ପିଲାଙ୍କୁ ଅଣଦେଖା କରାଯାଉଛି। ଏଥର ବଜେଟ୍‌ରେ ଗଣଶିକ୍ଷା ପାଇଁ ୨୨ହଜାର କୋଟି ବ୍ୟୟବରାଦ କରିବା ଭଲ ପଦକ୍ଷେପ। ମାତ୍ର ରାଜ୍ୟ ସବୁ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତୁ।
ପ୍ରକାଶ ଚନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ, ଓଷ୍ଟା

ଭୋଟ୍‌ ହାତେଇବା ପାଇଁ ବଜେଟ୍‌
ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ମହିଳାଙ୍କୁ ପ୍ରଲୋଭନ ଓ ପ୍ରତାରଣା କରିବାକୁ ଏ ବଜେଟ୍‌ ଉପସ୍ଥାପନ କରାଯାଇଛି। ମିସନ୍‌ ଶକ୍ତି ବାବଦରେ ୨୫୫୪ କୋଟି ଟଙ୍କା ଓ ଜାତୀୟ ଗ୍ରାମୀଣ ଜୀବିକା ମିସନ୍‌ ବାବଦରେ ୯୯୬ କୋଟି ଟଙ୍କା ବ୍ୟୟବରାଦ କରି ନିର୍ବାଚନ ପୂର୍ବରୁ ମହିଳାମାନଙ୍କୁ ପ୍ରଲୋଭିତ କରି ଭୋଟ‌୍ ନେବା ପାଇଁ ଉଦ୍ଦିଷ୍ଟ। ଏଥିରେ ମିସନ୍‌ ଶକ୍ତି ଘର ନିର୍ମାଣରେ ଠିକାଦାରଙ୍କ ଜରିଆରେ ନିର୍ବାଚନୀ ପାଣ୍ଠି ସଂଗ୍ରହ କରାଯିବ। ଆଗାମୀ ନିର୍ବାଚନରେ ଭୋଟ୍‌ ହାତେଇବା ପାଇଁ ଏହା ଉଦ୍ଦିଷ୍ଟ।
ଜୟନ୍ତ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ

ବଜେଟ୍‌ର ନିୟମିତ ସମୀକ୍ଷା ହେଉ
ବୈଷୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ୧ ଲକ୍ଷ ଯୁବକଯୁବତୀଙ୍କୁ କ୍ଲାଉଡ୍‌ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି, ଡାଟା ସାଇନ୍ସ, ଥ୍ରିଡି ପେଣ୍ଟିଂ ପରି ପ୍ରଯୁକ୍ତି ବିଦ୍ୟାଳୟରେ ତାଲିମ ଦେବାକୁ ଶହେ କୋଟିର ବ୍ୟୟବରାଦ ହୋଇଛି। ଏହା ଭଲ ପଦକ୍ଷେପ। ମାତ୍ର ସମୟକୁ ତାଳ ଦେଇ ଭଲ ପ୍ରଶିକ୍ଷକ ନିଯୁକ୍ତ ଗୁରୁତ୍ବପୂର୍ଣ୍ଣ। ତାହାହେଲେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ। ବୈଷୟିକ ଶିକ୍ଷାରେ ବଜେଟ୍‌ ବଢ଼ିବା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ନିୟମିତ ଭାବେ ତାହାର ସମୀକ୍ଷା କରି ଖର୍ଚ୍ଚ ଯେପରି ଠିକ୍‌ ଭାବେ ହେବ, ସେଥିପ୍ରତି ଗୁରୁତ୍ବ ଦିଆଯିବାର ଆବଶ୍ୟକ ରହିଛି। ବଜେଟ୍‌ର କିଛି ଅଂଶ ଅତ୍ୟାଧୁନିକ ସାମଗ୍ରୀ ଓ ସଫ୍ଟୱେୟାର ବିକାଶ ଲାଗି ବିନିଯୋଗ କରାଗଲେ ଏହାର ସୁଫଳ ମିଳିବ। ଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ।
ଇଂ. ସରୋଜ କୁମାର ସାହୁ, ସାଧାରଣ ସମ୍ପାଦକ, ଓପେସା

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।